ଦିଗପହଣ୍ଡି, ୦୨/୦୧ : ପାରିବାରକ କଳହର କରୁଣ ପରିଣତି। ଜେଜେଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା। ନୃଶଂସ ପାଲଟିଲେ ଦୁଇ ନାତି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ସନ୍ୟାସୀ ଗୌଡ଼।

ସୂଚନାନୁଯାୟୀ, ପାରିବାରିକ ବିବାଦକୁ କେନ୍ଦ୍ର କରି ଦିଗପହଣ୍ଡି ବ୍ଲକ ସିନ୍ଧବା ଗ୍ରାମର ସନ୍ୟାସୀ ଗୌଡ଼ଙ୍କ ସହ ତାଙ୍କର ଦୁଇ ନାତି ଚିକୁନ ଗୌଡ଼ ଓ ଶିବ ଗୌଡ଼ଙ୍କ ଗଣ୍ଡଗୋଳ ହୋଇଥିଲା। କିଛି ସମୟ ପରେ ଦୁଇ ନାତି ଉତକ୍ଷିପ୍ତ ହୋଇ ଜେଜେ ଧରିଥିବା ଠେଙ୍ଗାକୁ ଛଡାଇ ଆଣି ତାଙ୍କ ମୁଣ୍ଡକୁ ପ୍ରହାର କରଥିଲେ। ଫଳରେ ସନ୍ୟାସୀ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେପଟେ ଦୁଇ ହତ୍ୟାକାରୀ ନାତି କେଉଁଆଡ଼େ ଫେରାର୍ ହୋଇଯାଇଛନ୍ତି।

ଏହି ଖବରଟିକୁ ପଢନ୍ତୁ- ନୀଳଗିରିର ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ, ୭୮ ବର୍ଷ ବୟସରେ ଦେହାନ୍ତ