କୋଲାଵିରା,୨୪/୦୫(ଆ.ପ୍ର)- କୋଲାଵିରା ଥାନା କେଲେଣ୍ଡାମାଲ ପଞ୍ଚାୟତ ଭାଲୁଡୁଙ୍ଗୁରି ରେ କୋଲାଵିରା ବନ ବିଭାଗ ପକ୍ଷରୁ ଶନିବାର ସନ୍ଧ୍ୟାରେ ଚଢାଉ କରାଯାଇ ୩ କେଜି ବାରାହ ମାଂସ ଜବତ କରାଯାଇଛି। ଟାଙ୍ଗିଆ ସହ ୨ ଜଣ ଶିକାରୀ ଙ୍କୁ ଗିରଫ କରାଯାଇଛି l ତେବେ ଚଢ଼ାଉ ସମୟରେ ମୁଖ୍ୟ ଅଭିଯୁକ୍ତ ଶିକାରୀ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି l ଗିରଫ ଦୁଇ ଶିକାରୀ ହେଲେ ଭାଲୁଡୁଙ୍ଗୁରୀ ଗ୍ରାମର ସୁଦର୍ଶନ ଓରାମ(୪୨) ଓ ଲଇକେରା ଥାନା ବନ୍ଧପାଲି ପଞ୍ଚାୟତ ଅଧିନସ୍ଥ ସିଆଲରମା ପରେଖପଡ଼ା ର ବିଶ୍ଵନାଥ ପରେଖ (୪୦) l
ଶିକାରୀ ମାନେ ବଡ଼ ପୁନିଆ ଜଙ୍ଗଲରୁ ବାରାହ ଶିକାର କରି ମାଂସ ଭାଗବଣ୍ଟା କରୁଥିଲେ। ଏ ନେଇ ଖବର ପାଇ କୋଲାଵିରା ଫରେଷ୍ଟ ରେଞ୍ଜର ଘାସିରାମ ବିଭାରଙ୍କ ନେତୃତ୍ୱରେ ଫରେଷ୍ଟର ରଜ କିଶୋର ଦାଶ ଓ ଅନ୍ୟ କର୍ମଚାରୀ ଚଢାଉ କରିଥିଲେ l ରବିବାର ଗିରଫ ଅଭିଯୁକ୍ତ ଦ୍ବୟ ଙ୍କୁ କୋର୍ଟ ଚାଲାଣ କରାଯିବ ।