୩ କେଜି ବାରହା ମାଂସ ଜବତ, ୨ଜଣ ଗିରଫ

କୋକସରା ୨।୫ : କୋକସରା ବ୍ଲକ ଆମପାଣି ଜଙ୍ଗଲ ବିଭାଗ କର୍ମଚାରୀ ଦ୍ୱାରା ଦୁଇ ଜଣ ବ୍ୟକ୍ତି ଙ୍କୁ ବାରହା ମାଂସ ସହ ଗିରଫ କରିଛି । ଆମପାଣି ଜଙ୍ଗଲ ବିଭାଗ କୌଣସି ସୂତ୍ର ରୁ ଖବର ପାଇ ରାତି ପ୍ରାୟ ୯ ଟା ସମୟରେ ନବରଙ୍ଗପୁର ଜିଲ୍ଲା ମୈଦାଲପୁର ଅଞ୍ଚଳର ଦୁଇ ଜଣ ଯୁବକ ମିନ ମାଝୀ ଓ ବନମାଳୀ ପୁଝାରିଙ୍କୁ ବାରହା ମାଂସ ନେଇ ଏକ ବାଇକରେ ଯାଉଥିବା ସମୟରେ ଆମପାଣି ଗ୍ରାମ ନିକଟରେ ଅଟକାଇ ଥିଲେ ଓ ସେମାନେ ଧରିଥିବା ଏକ ବ୍ୟାଗରୁ ପାଖାପାଖି ୩ କେଜି ମାଂସ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି ଆମପାଣି ଫରେଷ୍ଟର ଜଗନ୍ନାଥ ନାଗ ଦୁଇ ଜଣଙ୍କୁ ଗିରଫ କରିଥିବା କହିଛନ୍ତି ।
ସେମାନଙ୍କ ଠାରୁ ଜବତ ମାଂସ ବାରହାର ବୋଲି କହିଛନ୍ତି। ତେବେ ଏହି ଦୁଇ ଜଣ ବ୍ୟକ୍ତି କେଉଁଠାରୁ ମାଂସ ଆଣୁଥିଲେ ତାହା ସ୍ପଷ୍ଟ ହୋଇନାହିଁ ଓ ତଦନ୍ତ ପରେ ଜଣାପଡିବ ବୋଲି ଫରେଷ୍ଟର କହିଛନ୍ତି । ତେବେ ସାହାଜଖୋଲ ସଂରକ୍ଷିତ ଜଙ୍ଗଲରୁ ବନ୍ୟଜନ୍ତୁ ଶିକାର ହେଉଥିବା ଅଭିଯୋଗ ହୋଇ ଆସୁଛି ଜଙ୍ଗଲ ନଷ୍ଟ ଯୋଗୁ ଖାଦ୍ୟ ଅଭାଵରୁ ବନ୍ୟଜନ୍ତୁ ଗାଁ ମୁହାଁ ହେଉଥିବା ବେଳେ କିଛି ଶିକାରୀ ବନ୍ୟଜନ୍ତୁଙ୍କ ଶିକାର କରି ମାଂସ ବିକ୍ରି କରୁଥିବା ମଧ୍ୟ ଅଭିଯୋଗ ହେଉଛି । ଏ ଦିଗରେ ଜଙ୍ଗଲ ବିଭାଗ ଦୃଷ୍ଟି ଦେଇ ନିରୀହ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବାକୁ ସାଧାରଣରେ ଦାବି ହେଉଛି।