PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ ଓ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ

ମୁରେନା,୨୮।୧: ମଧ୍ୟପ୍ରଦେଶରେ ବଡ ବିମାନ ଦୁର୍ଘଟଣା । ବାୟୁସେନାର ଦୁଇଟି ବଡ ବିମାନ ଦୁର୍ଘଟଣାଗ୍ରସ୍ତ । ଶନିବାର ସକାଳେ ମଧ୍ୟପ୍ରଦେଶର ମୁରେନାରେ ଏହି ଦୁର୍ଘଟଣା ଘଟିଛି। ଯେଉଁଥିରେ ଦୁଇଟି ବାୟୁସେନା ଯୁଦ୍ଧ ବିମାନ ସୁଖୋଇ -୩୦ ଏବଂ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ପାଇବା ମାତ୍ରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାଯ୍ୟରେ ନିୟୋଜିତ ଅଛନ୍ତି। ପ୍ରତିରକ୍ଷା ସୂତ୍ର ଅନୁଯାୟୀ, ଉଭୟ ବିମାନ ମଧ୍ୟପ୍ରଦେଶର ଗ୍ୱାଲିଅର ଏୟାରବେସରୁ ଉଡାଣ ଆରମ୍ଭ କରିଥିଲା, ଯେଉଁ ଏହାର ଅଭ୍ୟାସ ଚାଲିଥିଲା।

ମୁରୋନାର ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ବିମାନ ଦୁର୍ଘଟଣା ସକାଳ ସାଢେ ୫ଟା ବେଳେ ଘଟିଥିଲା। ଦୁଇ ଜଣ ପାଇଲଟ୍‌ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା। ଦୁର୍ଘଟଣା ପରେ ବାୟୁସେନା ମାମଲାର ଯାଞ୍ଚ ପାଇଁ କୋର୍ଟ ଅଫ୍ ଇନକ୍ବାରୀରେ ବସାଇ ଦିଆଯାଇଛି। ଯାହାଦ୍ବାରା ଜଣାପଡିବ କ’ଣ ଦୁଇଟି ବିମାନ ପରସ୍ପର ଭିତରେ ମାଡ଼ ହୋଇଥିଲେ କିମ୍ବା ଅନ୍ୟ କେଉଁ କାରଣରୁ ଏଭଳି ଘଟିଥିଲା। ବିଶେଷଜ୍ଞଙ୍କ ଅନୁସାରେ, ଦୁର୍ଘଟଣା ବେଳେ ସୁଖୋଇ ୩୦ ରେ ୨ ଜଣ ପାଇଲଟ୍‌ ଥିଲେ, ସେଭଳି ମିରାଜ ୨୦୦୦ ରେ ଜଣେ ପାଲଇଟ୍‌ ଥିଲେ। କୁହାଯାଉଛି ଯେ, ୨ ପାଇଲଟ୍‌ ସୁରକ୍ଷିତ ଅଛନ୍ତି, ସେଭଳି ଏୟାରଫୋର୍ସର ଏକ ହେଲିକପ୍ଟର ତୃତୀୟ ପାଇଲଟ୍‌ର ଲୋକେସନ୍‌ରେ ପହଞ୍ଚୁଛି।

ସମ୍ବନ୍ଧିତ ଖବର