ମସ୍କଟ : ଓମାନର ଇଣ୍ଡଷ୍ଟ୍ରିଆଲ ଏରିଆରେ ହୋଇ ଥିବା ଡ୍ରୋନ୍ ଆକ୍ରମଣରେ ଦୁଇ ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ଅଧିକାରୀମାନେ ଶୁକ୍ରବାର ଏହାର ସୂଚନା ଦେଇଛନ୍ତି। ୨୮ ଫେବ୍ରୁଆରୀରେ ଆରମ୍ଭ ହୋଇଥିବା ଯୁଦ୍ଧ ପରେ ପଶ୍ଚିମ ଏସିଆନ ଦେଶରେ ଭାରତୀୟଙ୍କ ମୃତ୍ୟୁର ଏହା ପ୍ରଥମ ମାମଲା। ଏହା ବ୍ୟତୀତ ସୋହାର ସହରରେ ଅଲ୍ ଅବାହୀ ଔଦ୍ୟୋଗିକ କ୍ଷେତ୍ରରେ ଡ୍ରୋନ୍ ଆକ୍ରମଣରେ ୧୦ ଜଣ ଭାରତୀୟ ମଧ୍ୟ ଆହତ ହୋଇଛନ୍ତି। ଏହା ରାଜଧାନୀ ମସ୍କଟରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଅବସ୍ଥିତ। ହେଲେ ସମସ୍ତେ ବିପଦ ମୁକ୍ତ ଥିବା କୁହାଯାଉଛି। ବର୍ତ୍ତମାନ ସୁଦ୍ଧା ଅନେକ ପଶ୍ଚିମ ଏସିଆ ଦେଶ , ଯେଉଁଥିରେ ସଂଯୁକ୍ତ ଆରବ ଏମିରେଟ୍ ମଧ୍ୟ ସାମିଲ ଅଛି, ଏଥିରେ ଡ୍ରୋନ୍ ଓ ମିସାଇଲ ଆକ୍ରମଣରେ ତିନି ଡର୍ଜନରୁ ଅଧିକ ଭାରତୀୟ ଆହତ ହୋଇ ସାରିଛନ୍ତି।
ବୈଦେଶିକ ମାମଲାର ମନ୍ତ୍ରଣାଳୟରେ ଯୁଗ୍ମ ସଚିବ (ଗଲ୍ଫ) ଅସିମ ମହାଜନ ପଶ୍ଚିମ ଏସିଆର ସ୍ଥିତିରେ ଏକ ଇଣ୍ଟର ମିନିଷ୍ଟ୍ରୀ ବ୍ରିଫିଂରେ କହିଛନ୍ତି , ସୋହାୟର ସହରରେ ଏକ ହମଲାରେ ଦୁଇ ଜଣ ଭାରତୀୟ ନାଗରିକଙ୍କ ମୃତ୍ୟ ହୋଇଛି। ଓମାନ ନ୍ୟୁଜ୍ ଏଜେନ୍ସି ଏକ ସିକ୍ୟୁରିଟ ସୋର୍ସର ଉଲ୍ଲେଖ କରି କହିଛନ୍ତ ସୋହାରରେ ଦୁଇଟି ଡ୍ରୋନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।
ଭାରତ ସରକାର ସଂପ୍ରତି ପଶ୍ଚିମ ଏସିଆ ଦେଶ ଗୁଡ଼ିକର ନେତୃତ୍ୱ ସହ ନିଜର ବାର୍ତ୍ତାଳାପ ବେଳେ ସେହି ୧୦ ମିଲିୟନ ଭାରତୀୟ ନାଗରିକଙ୍କ ସୁରକ୍ଷା ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି , ଯିଏ ଏହି ସବୁ ଦେଶରେ ରହୁଛନ୍ତି। ଅସିମ ମହାଜନ ଏହା ମଧ୍ୟ କହିଛନ୍ତି , ବୁଧବାର ଇରାକର ବାସରା ନିକଟରେ ଆକ୍ରମଣର ଶିକାର ହୋଇଥିବା ଆମେରିକୀୟ ମାଲିକାନାର ତୈଳ ଟ୍ୟାଙ୍କର ସେଫସି ବିଷ୍ଣୁର ୧୫ ଜଣ ଭାରତୀୟ ଚାଳକ ଦଳର ସଦସ୍ୟଙ୍କୁ ସୁରକ୍ଷିତ ରୂପେ ବାସରା ସହରର ଏକ ହୋଟେଲକୁ ସ୍ଥାନାନ୍ତରିତ କରି ଦିଆ ଯାଇଛି। ସଫିସିଆ ବିଷ୍ଣୁ ଉପରେ ଆକ୍ରମଣରେ ଜଣେ ଭାରତୀୟ ଚାଳକ ଦଳର ସଦସ୍ୟଙ୍କ ମୃତ୍ୟୁ ହୋଇଛି। ମହାଜନ କହିଛନ୍ତି ତାଙ୍କ ଶବକୁ ଦେଶ ଫେରେଇ ନେବାକୁ ପ୍ରୟାସ ଚାଲିଛି।