ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ବାଣ ବିସ୍ଫୋରଣରେ ମଉସା-ପୁତୁରା ଗୁରୁତର

Published By : Prameya | March 10, 2025 4:17 PM

ନୟାଗଡ, ୧୦।୩ : ନୟାଗଡ ଜିଲ୍ଲାର ନୂଆଗାଁ ଥାନା ହିରାଦେଇପୁରରେ ବାଣ ବିସ୍ଫୋରଣରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତର ହେଲେ ଦଶପଲ୍ଲା ଶ୍ରୀରାମପୁରର  ଅମିୟ ନାୟକ ଏବଂ ହିରାଦେଇପୁର ଗ୍ରାମର ସୁବଳ । ଉଭୟ ସମ୍ପର୍କୀୟ ମଉସା ପୁତୁରା ବୋଲି ଜଣାପଡିଛି । ଉଭୟଙ୍କ ମଧ୍ୟରୁ  ଜଣେ ନୟାଗଡ ଜିଲ୍ଲା ମୂଖ୍ଯ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ଅନ୍ଯ ଜଣଙ୍କୁ ଭୂବନେଶ୍ବର ସ୍ଥାନାନ୍ତର କରାଯାଇଛି ।

ସୋମବାର ନୟାଗଡ ନିକଟ ନବଘନପୁରରେ ବାଣ ଫୁଟାଇବା ପାଇଁ ଅମିୟ ଅର୍ଡର ରଖିଥିଲେ ।  ସେଥିପାଇଁ ଅମିୟ ହିରାଦେଇପୁର ଗାଁର ଶଢୁ ଘରକୁ ବାଣ ଧରି ଆସିଥିଲେ ।ଚତେବେ ହଠାତ୍ କୌଣସି କାରଣରୁ ମଧ୍ଯାହ୍ନରେ ରଖାଯାଇଥିବା ବାଣରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା । ଫଳରେ ସେହି ସ୍ଥାନରେ ଉପସ୍ଥିତ ଥିବା ମଉସା ଅମିୟ ଓ  ପୁତୁରା ସୁବଳ ଗୁରୁତର ହୋଇଥିଲେ । ଅମିୟଙ୍କର ଶରୀରର ୮୦ପ୍ରତିଶତରୁ ଅଧିକ ପୋଡିଯାଇଥିବାବେଳେ ସୁବଳଙ୍କ ଶରୀରର ୨୦ପ୍ରତିଶତ ପୋଡିଯାଇଥିବା ଡାକ୍ତର କହିଛନ୍ତି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.