ପ୍ରମୂଖ ଖବର
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଦୋଳ ମେଳଣ ଚାଲିଥିବା ବେଳେ ବାଣ ବିସ୍ଫୋରଣ , ୨ ଗୁରୁତର

Published By : Suraj Kumar | March 13, 2025 11:10 PM

ଢେଙ୍କାନାଳ, ୧୩।୩ : ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଳରାମ ପୁର ଗ୍ରାମରେ ଦୋଳ ମେଳଣ ଚାଲିଥିବା ବେଳେ ଘଟିଛି ଅଘଟଣ । ବାଣ ଫୁଟିଯିବାରୁ ଦୁଇଜଣ ଯୁବକ ଗୁରୁତର   ହୋଇଛନ୍ତି। ଗୁରୁତର ଯୁବକମାନେ ହେଲେ ଉକ୍ତ ଗ୍ରାମର ରବି ଧଳ ଓ ସଞ୍ଜୟ ପାତ୍ର । ଉଭୟଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । 

ସୂଚନା ମୁତାବକ ଗୁରୁବାର ସନ୍ଧ୍ୟାରେ ଗ୍ରାମର ଜେନା ଠାକୁରାଣୀ ପଡ଼ିଆରେ ଦୋଳ ମେଳଣ ଚାଲିଥିଲା । ତେବେ ଏହି ମେଳଣ ଉତ୍ସବରେ ବାଣ ଫୁଟାଉଥିବା ବେଳେ   ଅସାବଧାନତା ବଶତଃ ବାଣ ଫୁଟି ଯାଇଥିଲା । ଫଳରେ ବାଣ ଫୁଟାଉଥିବା ଯୁବକ ଓ ତାଙ୍କ ପାଖରେ ଥିବା ଅନ୍ୟଜଣେ ଯୁବକ ଏହି ବାଣ ବିସ୍ପୋରଣର ଶିକାର ହୋଇଥିବା ଜଣାପଡିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.