ହନ୍ଦୱାଡାରେ ପୁଣି ଆତଙ୍କବାଦୀ ହମଲା, ୨ ଯବାନ ଓ ୨ ପୋଲିସ ସହିଦ

source:www.news18.com
ଶ୍ରୀନଗର ୩/୧: ଜମ୍ମୁ କଶ୍ମୀର ହନ୍ଦୱାଡାରେ ପୁଣି ଆତଙ୍କବାଦୀ ହମଲା ଫଳରେ ୨ ଯବାନ ଓ ୨ ଜଣ ପୋଲିସ ସହିଦ ହୋଇଛନ୍ତି । କୁପୱାଡା ଜିଲ୍ଲାର ହନ୍ଦୱାଡାରେ ଆତଙ୍କବାଦୀ ଆକ୍ରମଣରେ ୨ ଜମ୍ମୁ କଶ୍ମୀର ପୋଲିସ ଓ ୨ ସିଆରପିଏଫ ଯବାନ ସହିଦ ହୋଇଛନ୍ତି । ଏଥିରେ ୫ ସୁରକ୍ଷାକର୍ମୀ ଆହତ ମଧ୍ଯ ହୋଇଛନ୍ତି । ଆହତଙ୍କୁ ହନ୍ଦୱାଡା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।