ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ଧମକ ଦେଇ ୩ଲକ୍ଷ ଟଙ୍କା ଠକି ନେବା ଅଭିଯୋଗ : ୨ ଯୁବକ ଅଟକ

ମାଲକାନଗିରି,୨୩।୫ : ଜଣେ ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ଧମକ ଦେଇ ମହିଳାଙ୍କ ଠାରୁ ୩ଲକ୍ଷ ଟଙ୍କା ଠକି ନେଇ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିବା ଅଭିଯୋଗରେ ମାଲକାନଗିରି ଥାନା ପୁଲିସ ଦୁଇଜଣ ଯୁବକଙ୍କୁ ଅଟକ ରଖିଛି।
ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଞ୍ଚଳର ଜଣେ ମହିଳାଙ୍କ ଗାଧୁଆ ସମୟରେ ସେହି ଗ୍ରାମର ଦୁଇଜଣ ଯୁବକ ଲୁଚି ମୋବାଇଲରେ ଗତ ୫ ବର୍ଷ ତଳେ ଭିଡିଓ କରିଥିଲେ। ତାପର ଠାରୁ ମହିଳାଙ୍କୁ ସେହି ଭିଡିଓ ଦଖାଇ ବ୍ଲାକ ମେଲିଂ ଆରମ୍ଭ କରିଥିଲେ। ଏମିତି କି ସେହି ଭିଡିଓ ଭାଇରାଲ କରିବା ଧମକ ଦେଇ ମହିଳାଙ୍କ ସହିତ ଜଣେ ଯୁବକ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ। ମହିଳା ଜଣଙ୍କ କାଲିମେଳା ଛାଡି ଦେଇ ମାଲକାନଗିରି ସହର କୁ ପଳାଇ ଆସିଥିଲେ। ତଥାପି ସେ ଯୁବକ ପିଛା ଛାଡି ନଥିଲେ। ଗତ ସାତ ମାସ ତଳେ ପିଡିତା ମହିଳା ଙ୍କୁ ଧମକ ଚମକ ଦେଇଥିଲେ। ଟଙ୍କା ଦେଲେ ଭିଡିଓ ଡିଲିଟ କରିଦେବି କହି ୩ଲକ୍ଷ ଟଙ୍କା ମଧ୍ୟ ଠକିନେଇଥିଲେ ଯୁବକ । ପରେ ଯୁବକମାନେ ବାରମ୍ବାର ଧମକ ଚମକ ଦେବାରୁ ବାଧ୍ୟ ହୋଇ ପିଡିତା ମହିଳା ମାଲକାନଗିରି ଥାନା ଦ୍ୱାରସ୍ଥ ହୋଇ ଏକ ଏତଲା ଦେଇଛନ୍ତି। ମହିଳାଙ୍କ ଏତଲାକୁ ଭିତ୍ତିକରି ମାଲକାନଗିରି ଥାନା ଅଧିକାରୀ ରିଙ୍ଗନ କିଣ୍ଡୋଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇ ପୁଲିସ ସଦଳ ବଳ କାଲିମେଳା ଥାନାସ୍ଥ ଏମଭି ୯୦ ନମ୍ବର ଗ୍ରାମରୁ ୨ ଯୁବକଙ୍କୁ ଧରି ମାଲକାନଗିରି ଥାନା ରେ ଅଟକରଖି ପଚାର ଉଚରା କରୁଛନ୍ତି।