PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଲାଞ୍ଜିଗଡ ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କ କାରରୁ ୨ ଲକ୍ଷରୁ ଅଧିକ ଟଙ୍କା ଜବତ

ଧର୍ମଗଡ ୧୦/୪: ବିଜେଡି ବିଧାୟକ ପ୍ରାର୍ଥୀଙ୍କ ଗାଡିରୁ ୨ ଲକ୍ଷ ଜବତ । ଲାଞ୍ଜିଗଡର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କ ଗାଡିରୁ ୨ ଲକ୍ଷ ଟଙ୍କାରୁ ଅଧିକ ଜବତ କରିଛି ଫ୍ଲାଇଂ ସ୍କ୍ୱାର୍ଡ ।

ବୁଧବାର ଜୟପାଟଣା ସହର ମଝିରେ ପ୍ରଦୀପଙ୍କ ଇନୋଭା କାରରୁ ଫ୍ଲାଇଂ ସ୍କ୍ୱାର୍ଡ ୨ ଲକ୍ଷ ଟଙ୍କା ଜବତ କରିଛି । ସେହି ସମୟରେ ପ୍ରଦୀପଙ୍କ ସହିତ ଆଉ ୪ ଜଣ ମଧ୍ଯ ଥିଲେ । ଫ୍ଲାଇଂ ସ୍କ୍ୱାର୍ଡ ସବୁ ଗାଡିକୁ ଯାଞ୍ଚ କରୁଥିଲା । ଏହି ସମୟରେ ସେ ପ୍ରଦୀପଙ୍କ ଗାଡିକୁ ମଧ୍ଯ ଯାଞ୍ଚ କରିଥିଲା । ସେହି ସମୟରେ ଗାଡିରୁ ୫୦୦ ଟଙ୍କିଆ କିଛି ବିଡା ବାହାରି ଥିଲା ଯାହାର ଆନୁମାନିକ ମୂଲ୍ଯ ୨ ଲକ୍ଷରୁ ଅଧିକ ବୋଲି ଫ୍ଲାଇଂ ସ୍କ୍ୱାର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ନିର୍ବାଚନ ପାଇଁ କଡା ନିୟମ କରାଯାଇଛି । ଗାଇଡ୍ ଲାଇନ୍ ଅନୁସାରେ କେହି ବି ୫୦ ହଜାରରରୁ ଅଧିକ ଟଙ୍କା ଗାଡିରେ ନେଇ ଯାଇପାରିବେନି । ଏଭଳି ସମୟରେ ୨ ଲକ୍ଷ ଟଙ୍କା ଜବତ ହେବାରୁ ସେ ଟଙ୍କା ଭୋଟରଙ୍କ ପ୍ରଲୋଭିତ କରିବା ଉଦ୍ଦେଶ୍ୟରେ ନିଆଯାଉଥିବା ଅନୁମାନ କରାଯାଉଛି । ତେବେ ପୋଲିସ ଏହାର ଯାଞ୍ଚ କରୁଛି ।

ସମ୍ବନ୍ଧିତ ଖବର