ଓକିଲଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟ୍

ବୌଦ୍ଧ,୨୩/୦୧: ବୌଦ୍ଧ ସହରରେ ସୋମବାର ଦିନ ଦ୍ବିପହରରେ ଜଣେ ଆଇନଜୀବୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଆଇନଜୀବୀ ଦେବେନ୍ଦ୍ର ନାଥ ଗୁରୁ ଷ୍ଟେଟ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଇ କୋର୍ଟ ଛକ ଡାକଘରେ ଡିପୋଜିଟ୍ କରିବାକୁ ଯାଉଥିଲେ। ଏହି ସମୟରେ ଏକ ବାଇକ୍ ଦୁଇ ଜଣ ଦୁର୍ବୃତ୍ତ ଆସି ଡାକଘର ଆଗରୁ ଦୁଇ ଲକ୍ଷ ଟଙ୍କା ଝାମ୍ପି ନେଇ ପଳାଇଥିଲେ । ଦୁର୍ବୃତ୍ତମାନେ ବାଇକ୍ ରେ ବୁଟୁପାଲି ଦେଇ ବଘିଆପଡା ଆଡେ ଚାଲି ଯାଇଥିବା ଜଣାପଡ଼ିଛି । ଏନେଇ ଆଇନଜୀବୀ ଶ୍ରୀ ଗୁରୁ ବୌଦ୍ଧ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି ।