PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ମାର୍କେଟ୍‌ ଅଞ୍ଚଳରେ ଏକ ସମ୍ପ୍ରଦାୟର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଫାଙ୍କା ଗୁଳି ଚାଳନା କରି ୧୦ ଅଟକ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟେନ୍ସା ଗୀତାରାଣୀ ମାଇନ୍ସ ସମ୍ମୁଖରେ ଅଘଟଣ, ହାଇଓ୍ୱା ସହ ଜିଅନ୍ତା ଜଳିଗଲେ ଡ୍ରାଇଭର
  • ||
  • ବଡ଼ବିଲ : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବସନ୍ତପୁର ମାଝୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଭତ୍ସ ହତ୍ୟାକାଣ୍ଡ, କଟୁରୀରେ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଲା ଦୁର୍ବୃତ୍ତ
  • ||
  • ବାରିପଦା : ବାରିପଦା ଷ୍ଟେସନ ଠାରେ ଗଛ ପଡ଼ି ଇଲେକ୍ଟ୍ରିକ ତାର ଛିଡି ଅଟକିଲା ଟ୍ରେନ, ବିଳମ୍ବରେ ଚାଲିବ ଟ୍ରେନ
  • ||
  • ଭଦ୍ରକ : ସମ୍ଭାବ୍ୟ ବନ୍ୟା ଲାଗି ଛୁଟି ବାତିଲ, ମୁକାବିଲା ପାଇଁ ଓଡ୍ରାଫ-ଏନ୍‌ଡିଆରଏଫ୍‌-ଅଗ୍ନିଶମ ବାହିନୀ ପ୍ରସ୍ତୁତ
  • ||
  • ବାରିପଦା : ବିଶୋଇ ଥାନା ଲୋହାକାନି ଭୋଳ ବେଡା ଗ୍ରାମରେ ବିଳମ୍ୱିତ ରାତିରେ ଭୁଷୁଡିଲା ଘରର କାନ୍ଥ, ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ
  • ||
  • ଲକ୍ଷ୍ନୌ : ଭୂକମ୍ପରେ ଥରିଲା ଲକ୍ଷ୍ନୌ ସମେତ ୟୁପିର କେତେକ ଜିଲ୍ଲା , କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା
  • ||
  • ପୁରୀ : ଶ୍ରଦ୍ଧାଳୁଙ୍କ ବେକରେ ବ୍ଲେଡ୍‌ ମାରି ସୁନା ଚେନ୍‌ ଲୁଟ ଉଦ୍ୟମ ଫେଲ୍, ଧରାପଡି ଛେଚା ଖାଇଲେ ୩ ଲୁଟେରା
  • ||
  • ସମ୍ବଲପୁର : ୬୨୧.୦୨ ଫୁଟ୍‌କୁ ଖସିଲା ହୀରାକୁଦ ଜଳଭଣ୍ଡାର ଜଳସ୍ତର, ୨୦ ଗେଟ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ||
  • ଭୁବନେଶ୍ୱର : ୨୧ରୁ ବନ୍ୟାଞ୍ଚଳ ଗସ୍ତ କରିବ ପିସିସି ଟିମ୍‌, ୨୩ ସୁଦ୍ଧା ଦେବେ ରିପୋର୍ଟ
  • ||
  • ବାଲିଗୁଡ଼ା : ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ସିମନବାଡ଼ି ଗ୍ରାମ ନିକଟରେ ଥିବା ପୋଲର ପାର୍ଶ୍ଵ ରାସ୍ତା ଧସି ଯାଇଛି, ବସ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍
  • ||
  • କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡ଼ାରେ ଲଗାଣ ବର୍ଷାରେ କାନ୍ଥ ଭୁଷୁଡ଼ି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ଜୟପୁର/ଦିଲ୍ଲୀ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ଶ୍ରଦ୍ଧାଳୁଙ୍କ ଜୀବନ : ୨୦ରୁ ଅଧିକ ଆହତ, ପ୍ରଧାନମନ୍ତ୍ରୀଙ୍କ ଶୋକପ୍ରକାଶ
  • ||
  • ନୂଆଦିଲ୍ଲୀ : ବାଙ୍କ ବିହାରୀ ମନ୍ଦିରରେ ବଡ଼ ଧରଣ ଅଘଟଣ, ମଙ୍ଗଳା ଆରତୀ ସମୟରେ ଦଳା ଚକଟାରେ ଦୁଇ ମୃତ
  • ||

୨ ଲୋକସଭା ଓ ବିଧାନସଭାର ୫୪ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର ୨୩।୩: କଂଗ୍ରେସ ପକ୍ଷରୁ ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ବଲାଙ୍ଗୀର ଓ କୋରାପୁଟ ଲୋକସଭା ସହ 54ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ।

ବଲାଂଗୀରରୁ ସମରେନ୍ଦ୍ର ମିଶ୍ର ଓ କୋରାପୁରରୁ ସପ୍ତଗିରି ଉଲାକା ପ୍ରାର୍ଥୀ ହୋଇଛନ୍ତି । ଓଡିଶା ସମେତ ଛତିଶଗଡ଼, ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତର ପ୍ରଦେଶର 35ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ।

ଓଡ଼ିଶାର ବିଜେପୁର ବିଧାନସଭା ଆସନରୁ ରିପୁନାଥ ସେଠ, ଭଟଲିରୁ ସରୋଜ ମହାପାତ୍ର, ଝାରସୁଗୁଡ଼ାରୁ ମହେନ୍ଦ୍ର ନାୟକ, ତଲସରାରୁ ଡାକ୍ତର ପ୍ରଫୁଲ୍ଲ ମାଝୀ, ସୁନ୍ଦରଗଡ଼ରୁ ଅମିତା ବିଶ୍ୱାଳ, ରଘୁନାଥପଲ୍ଲୀରୁ ପ୍ରଶାନ୍ତ ସେଠି, ରାଉରକେଲାରୁ ମୁକ୍ତିକାନ୍ତ ବିଶ୍ୱାଳ, କୁଚିଣ୍ଡାରୁ ଶୋଭରାମ ପ୍ରଧାନ, ରେଙ୍ଗାଲିରୁ ବାଳ କୃଷ୍ଣ ରୋହିଦାସ, ସମ୍ବଲପୁରରୁ ଅଶ୍ୱିନୀ କୁମାର ଗୁରୁ, ରେଢ଼ାଖୋଲରୁ ଅସଫ ଅଲ୍ଲୀ ଖାନ, ଦେବଗଡରୁ ଉମାଶଙ୍କର ସାହୁ, ଆନନ୍ଦପୁରରୁ ଜୟଦେବ ଜେନା, କେନ୍ଦୁଝରରୁ ବିଦ୍ୟାଧର ଦେହୁରୀ, ଚମ୍ପୁଆରୁ ଯଦୁମଣି ବାରିକ, କରଞ୍ଜିଆରୁ ସୁଦାମ ଚରଣ ନାୟକ, ଜଳେଶ୍ବରରୁ ସୁଦର୍ଶନ ଦାସ, ନିଳଗିରିରୁ ମନୋଜମଞ୍ଜରୀ ଦେବୀ, କୋରେଇରୁ ବନ୍ଦିତା ପରିଡା, ଢେଙ୍କାନାଳରୁ ନବୀନ ନନ୍ଦ, ପାଲ୍ଲହଡାରୁ ସୁବ୍ରତ ଗଡନାଏକ, ତାଳଚେରରୁ ସୁରେଶ ଚନ୍ଦ୍ର ବେହେରା, ଅନୁଗୁଳରୁ ବିପ୍ଳବ ଜେନା, ଛେଣ୍ଡିପଦାରୁ ସସ୍ମିତା ବେହେରା, ଆଠମଲ୍ଲିକରୁ ବିଜୟାନନ୍ଦ ଛୋଲିୟା, ସୋନପୁରରୁ ଚିତ୍ତରଞ୍ଜନ ମିଶ୍ର, ଲୋଇସିଙ୍ଗାରୁ ନବ କିଶୋର ନାୟକ, ଟିଟିଲାଗଡ଼ରୁ ସୁରେନ୍ଦ୍ର ସିଂହ ଭୋଇ, କଣ୍ଟାବାଞ୍ଝିରୁ ସନ୍ତୋଷ ସିଂହ ସାଲୁଜା, ଉମରକୋଟରୁ ଯଶୋଦା ରାଣୀ ଗଣ୍ଡ ଓ ଜୁନାଗଡ଼ରୁ ଅନିଲ ସିଂହ ଦେଓ ପ୍ରାର୍ଥୀ ହୋଇଛନ୍ତି ।

ସେହିଭଳି ଭାବଣିପାଟଣାରୁ ସାଗର ଚରଣ ଦାସ, ନର୍ଲାରୁ ଚିତ୍ତରଞ୍ଜନ ମଣ୍ଡଳ, ବାଙ୍କୀରୁ ଦେବାଶିଷ ପଟନାୟକ, ଆଠଗଡ଼ରୁ ଉମା ବଲ୍ଲଭ ରଥ, ବାରବାଟୀ କଟକରୁ ମହମ୍ମଦ ମୁକିମ, କଟକ ସଦରରୁ ରତ୍ନାକର ବେହେରା, କେନ୍ଦ୍ରାପଡ଼ାରୁ ଗଣେଶ୍ୱର ବେହେରା, ଆଳିରୁ ଦେବେନ୍ଦ୍ର ଶର୍ମା, ରାଜନଗରରୁ ଅଂଶୁମାନ ମହାନ୍ତି, ଜଗତସିଂହପୁରରୁ ଚିରଞ୍ଜୀବି ବିଶ୍ୱାଳ, କାକଟପୁରରୁ ବିଶ୍ୱ ଭୂଷଣ ଦାସ, ବ୍ରହ୍ମଗିରିରୁ ଉମାକାନ୍ତ ବରାଳ, ସତ୍ୟବାଦୀରୁ ପ୍ରସାଦ ହରିଚନ୍ଦନ, ଏକାମ୍ର ଭୁବନେଶ୍ୱରରୁ ରଶ୍ମିରେଖା ମହାପାତ୍ର, ଜଟଣୀରୁ ସୁରେଶ କୁମାର ରାଉତରାୟ, ରଣପୁରରୁ ଶୁଭଶ୍ରୀ ପଣ୍ଡା, ଖଲ୍ଲିକୋଟରୁ ଭୋକଳି ସେଠୀ, ସୋରଡାରୁ ସଂଗ୍ରାମ ମହାନ୍ତି, ଦିଗପହଣ୍ଡିରୁ ପ୍ରଫୁଲ୍ଲ ପଣ୍ଡାଙ୍କୁ ପ୍ରାର୍ଥୀ କରାଯାଇଛି । ପୂର୍ବରୁ ଏହି ଆସନରୁ ବିସ୍ମୟ ମହାପାତ୍ରଙ୍କୁ ପ୍ରାର୍ଥୀ କରାଯାଇଥିଲା । ପରଳାଖେମୁଣ୍ଡିରୁ କେ.ସୂର୍ଯ୍ୟ ରାଓ, ରାୟଗଡାରୁ ଆପ୍ପାଲଶ୍ଵାମି କାଡ୍ରାକା ଲକ୍ଷ୍ମୀପୁରରୁ କୈଳାଶ କୁଲେସିକା ଓ କୋଟପାଡ଼ରୁ ଚନ୍ଦ୍ରଶେଖର ମାଝୀ ପ୍ରାର୍ଥୀ ହୋଇଛନ୍ତି ।