ଚୋର ସନ୍ଦେହରେ ୨ ଅଜଣା ବ୍ୟକ୍ତିଙ୍କୁ ନିସ୍ତୁକ ପିଟିଲେ ଗାଁ ଲୋକେ, ଜଣେ ମୃତ ଅନ୍ୟ ଜଣେ ଗୁରୁତର

କାଶୀନଗର, ୨୫/୧୧ : ଚୋର ସନ୍ଦେହରେ ୨ ଅଜଣା ବ୍ୟକ୍ତିଙ୍କୁ ନିସ୍ତୁକ ପିଟିଲେ ଗାଁ ଲୋକେ। ଜଣେ ମୃତ ଅନ୍ୟ ଜଣେ ଗୁରୁତର। ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କିଡିଗାଁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।
ସୂଚନା ମୁତାବକ, ଗୁରୁବାର ରାତିରେ ଦୁଇ ଅଜଣା ବ୍ୟକ୍ତି କିଡିଗାଁ ଗ୍ରାମରେ ବୁଲୁଥିବା ଗ୍ରାମବାସୀ ଦେଖିଥିଲେ। ପରେ ସେମାନଙ୍କୁ ପଚରାଉଚୁରା କରିଥିଲେ। ସେମାନେ କିଛି କହିନିଥିବାରୁ ସେମାନଙ୍କ ପାଖରେ ଇଞ୍ଜେକ୍ସନ ଓ କିଛି ଜିନିଷ ଥିବା ଦେଖି ଗ୍ରାମବାସୀ ସେମାନଙ୍କୁ କାବୁ କରି ନିସ୍ତୁକ ମାଡ ମାରିଥିଲେ। ପରେ କାଶୀନଗର ଥାନାରେ ସୂଚନା ଦେଇଥିଲେ। ଖବର ପାଇ ଥାନା ଅଧିକାରୀ ସୁଶାନ୍ତ ସାହୁ ସେମାନଙ୍କୁ କାଶୀନଗର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ସମୟରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। କାଶୀନଗର ଥାନାରେ କେସ ନଂ ୧୪୮/୨୨ ରେ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ କହିଛନ୍ତି।