କଟକ, ୨୩।୮: ଲୁଟେରାଙ୍କ ସହ ଲଢ଼ି ରାଜ୍ୟର ସାହସୀ ଝିଅ ଭାବେ ପ୍ରଶଂସା ସାଉଁଟିଥିଲେ । ଲୁଟେରାଙ୍କ ଛୁରା ମାଡ଼ରେ ଆହତ ହୋଇଥିଲେ । ମାହାଙ୍ଗା ଥାନା ମୁଳବସନ୍ତ ଗାଁର ଜେ.ଏନ୍ କଲେଜ କୁଆଁପାଳର ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ ସୁଭସ୍ମିତା ସାହୁ । ଗତ ମଙ୍ଗଳବାର ଦୁଇ ଲୁଟେରାଙ୍କ ସହ ସାହସର ସହ ଲଢ଼ି ସେମାନଙ୍କ ଛୁରୀ ମାଡ଼ରେ ଆହତ ହୋଇଥିଲେ । ତଥାପି ନିଜ ବଞ୍ଚାଇ ରାଜ୍ୟରେ ସାହସୀ ଝିଅ ଭାବେ ପ୍ରଶଂସା ସାଉଁଟିଥିଲେ । ରବିବାର ସେହି ଘଟଣାରେ ଦୁଇ ଲୁଟେରାଙ୍କୁ ମାହାଙ୍ଗା ପୁଲିସ ଧରିଥିବା ସାଲେପୁର ଏସ୍ଡିପିଓ ସୂଚନା ଦେଇଛନ୍ତି ।
ମୋବାଇଲ ଲୁଟ୍ ଉଦ୍ଦେଶ୍ୟରେ ଦୁର୍ବୃତ୍ତମାନେ ଝିଅଟିକୁ ନିଛାଟିଆ ରାସ୍ତା ଦେଖି ଆକ୍ରମଣ କରିଥିବା ଏସ୍ଡିପିଓ ସୂଚନା ଦେଇଛନ୍ତି । ଲୁଟେରା ୨ ଜଣ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ପତରାଜପୁର ଅଞ୍ଚଳର ସୁନାକର ନାୟକ ଓ ଚନ୍ଦନ ନାୟକ । ଉଭୟଙ୍କ ନାଁରେ ପୂର୍ବରୁ ବହୁ ଅପରାଧିକ ମାମଲା ଥିବା ଏସଡିପିଓ କହିଛନ୍ତି ।