ପ୍ରମୁଖ ଖବର
  • କେନ୍ଦୁଝର : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
  • ||
  • କଟକ : କାଠଯୋଡି ନଦୀରୁ ଅଚିହ୍ନା ଶବ ଉଦ୍ଧାର
  • ||
  • ଭୁବନେଶ୍ୱର: ବୁଧବାର ଜମୁଛି ବେପାର, ଆମିଷ ଦର ତାଲିକା ମାରିବା ବାଧ୍ୟତାମୂଳକ
  • ||
  • ଭୁବନେଶ୍ୱର: ଟିଟିଏସ୍‌ରୁ ଅଳିଆ ହଟାଇବାକୁ ବିଏମ୍‌ସିର ଜୋରଦାର୍‌ ପ୍ରୟାସ, ୧୫ ଦିନରେ ୧୮ ହଜାର ଟନ୍‌ ପ୍ରୋସେସିଂ
  • ||
  • ଉତ୍ତରକାଶୀ: ଏମିତି କଟିଲା ୧୭ ଦିନ; ଭିଡିଓ ଗେମ୍‌, ଚେସ୍‌ର ବି ମଜାନେଲେ ଯୋଗ, ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଲେ
  • ||
  • ଭୁବନେଶ୍ଵର : ୩୦ରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ, ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର
  • ||
  • ଭୁବନେଶ୍ଵର : ବାତ୍ୟା ପାଇଁ ସଜାଗ ୭ ଜିଲ୍ଲା, ଚାଷୀଙ୍କୁ ଅଦିନିଆ ବର୍ଷା ଚିନ୍ତା
  • ||

ଦୁଇ ଭଉଣୀଙ୍କ କଳି ହେଲା କାଳ: ଫାଶୀ ଲଗାଇ ସାନ ମୃତ, ବିଷ ପିଇ ବଡ଼ ଗୁରୁତର

ଭଦ୍ରକ,୧୦ା୨(ଆ.ପ୍ର): କ୍ରୋଧ ମଣିଷର ହିତାହିତ ଜ୍ଞାନ ନଷ୍ଟ କରି ଦିଏ । ନିମିଷକେ ସଂସାର ଉଜାଡ଼ି ଦିଏ । ଏହାର ଜ୍ୱଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କ୍ଷୀରସାହିରେ । ସାମାନ୍ୟ କଥାରୁ ଦୁଇ ଭଉଣୀଙ୍କ ମଧ୍ୟରେ ଲାଗିଲା କଳି । ସେଇ କଳିରୁ ସାନ ଭଉଣୀଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ବେଳେ ବଡ଼ ଭଉଣୀ ବିଷ ପିଇ ଦେଇଛନ୍ତି । ଗୁରୁତର ବଡ଼ ଭଉଣୀଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ ଭଦ୍ରକରୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।
ଭଦ୍ରକ ଗ୍ରାମାଞ୍ଚଳ ଥାନା ବଣିଆ ପଞ୍ଚାୟତ ଅନ୍ତର୍ଗତ କ୍ଷୀରସାହି ଗାଁରେ ରୁହନ୍ତି ଲକ୍ଷ୍ମୀଧର ଦାସଙ୍କ ପରିବାର । ଆଜି ଲକ୍ଷ୍ମୀଧର ଗାଁରେ ଚାଲିଥିବା ଏକ କୀର୍ତ୍ତନ କାମରେ ବ୍ୟସ୍ତ ଥିଲେ । ପତ୍ନୀ ତାଙ୍କ ବାପ ଘରକୁ ଯାଇଥିଲେ । ଘରେ ଥିଲେ ବଡ଼ଝିଅ ମଧୁସ୍ମିତା(୨୦) ଓ ସାନଝିଅ ରୂପା(୧୭) । କୌଣସି କଥାକୁ ନେଇ ଦୁଇ ଭଉଣୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ରୂପା ଭିତର ପଟୁ କବାଟ ବନ୍ଦ କରି ବେକରେ ରଶୀ ବାନ୍ଧି ଝୁଲି ପଡ଼ିଥିଲେ । ଏକଥା ଦେଖି ମଧୁସ୍ମିତା ଚିତ୍କାର କରିଥିଲେ । ଚିତ୍କାର ଶୁଣି ଆଖପାଖ ଲୋକେ ଧାଇଁଆସି ରୂପାଙ୍କୁ ଉଦ୍ଧାର କଲା ବେଳକୁ ମଧୁସ୍ମିତା ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲକୁ ନିଆ ଯାଇଥିଲା । ହେଲେ ସେଠାରେ ଡାକ୍ତର ରୂପାଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ମଧୁସ୍ମିତାଙ୍କୁ କଟକ ବଡ଼ ଡାକ୍ତରଖାନା ପଠାଇ ଦେଇଥିଲେ । ଏହି ଘଟଣାରେ ସାରା ଗାଁରେ ଶୋକର ଛାୟା ଖେଳି ଯାଇଛି ।

Copyright © 2022 - Summa Real Media Private Limited. All Rights Reserved.