ଆଠଗଡ଼, ୪।୧୨ : ସାଇକେଲ ଧରି ଠିଆା ହୋଇଥିବା ବେଳେ  ପିକଅପ ଧକ୍କାରେ  ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରମାନେ ହେଲେ ଆଠଗଡ଼ ଥାନା ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତ ଅଂଶୁମାନ ଦାସ  ଏବଂ ସୋମୁ ରଞ୍ଜନ ବେହେରା । ଆଠଗଡ଼ କନ୍ଦରପୁର ବାଲିଆପାଠ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି।

ଆଠଗଡ଼ କନ୍ଦରପୁର ବାଲିଆପାଠ ରାସ୍ତାରେ କଡ଼ରେ ସାଇକେଲ ଧରି ଅଂଶୁମାନ ଦାସ   ଏବଂ ସୋମୁ ରଞ୍ଜନ ବେହେରା ଛିଡ଼ା ହୋଇଥିଲେ। ଏହି ସମୟରେ  କମ୍ପାନୀର ପିକ୍ଅପ ଭ୍ୟାନଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଠିଆ ହୋଇଥିବା ନାବାଳକଙ୍କୁ ଧକ୍କା ଦେଇ ରାସ୍ତା କଡକୁ ଲେଉଟି ପଡିଥିଲା। ଗୁରୁତର ଜଣକୁ ଆଠଗଡ଼ ମେଡ଼ିକାରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଜଣଙ୍କୁ ଘଟଣା ସ୍ଥଳରୁ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ମଧ୍ୟ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା।  ପରେ ଆଠଗଡ଼ ତହସିଲଦାର ଓ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହିତ ରାସ୍ତାରୁ ଗାଡ଼ି ହଟାଇବା ପରେ ଯାତାୟାତ ସ୍ଵାଭାବିକ ହୋଇଥିଲା।