PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଦୟପୁର : ଉଦୟପୁର କହ୍ନୈୟାଲାଲ ହତ୍ୟାକାଣ୍ଡରେ କଥିତ ଷଡ଼ଯନ୍ତ୍ରକାରୀ ମୁସ୍ଲିମ୍ ଖାନକୁ ଗିରଫ କଲା ଏଏନଆଇ
  • ||
  • ଅନନ୍ତନାଗ : ଜମ୍ମୁ-କଶ୍ମୀରର ଅନନ୍ତାଗରେ ପୁଲିସ୍ ଓ ସିଆରପିଏଫ ଯବାନଙ୍କ ମଳିତ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ, ଆହତ ପୋଲିସ କର୍ମୀ ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଏକ ଦଳ ମାଲେସିଆ ଗସ୍ତରେ ଯାଇଛନ୍ତି, ଏହି ଦଳ ଦୁଇଦେଶ ମଧ୍ୟରେ ଦ୍ବିପାକ୍ଷୀକ ଯୁଦ୍ଧାଭ୍ୟାସକୁ ନେଇ ଆୟୋଜିତ କାର୍ଯ୍ୟକ୍ରମ ‘ଉଦାରଶକ୍ତି’ରେ ଭାଗ ନେବେ
  • ||
  • ମୋହନା : ସଂଗଠନ ଛାଡ଼ିଥିବା ମାଓବାଦୀ ପ୍ରଫୁଲ୍ଲ ପରିଚ୍ଛାକୁ ଗିରଫ କଲା ଅଡ଼ବା ପୋଲିସ, ଥାନାରେ ରହିଛି ୭ ମାମଲା
  • ||
  • ବୌଦ୍ଧ : ବୌଦ୍ଧ ୫୭ନଂ ଜାତୀୟ ଖୁଣ୍ଟବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
  • ||
  • ଭୁବନେଶ୍ବର : ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ ଓ ୨୦ଆହତ
  • ||
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ଜାମ୍ମୁ କାଶ୍ମୀର: ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ, ଅନୁପ୍ରବେଶ ପାଇଁ ଚାଲିଥିଲା ଯୋଜନା

ଶ୍ରୀନଗର ୨୮/ ୦୬: ଜାମ୍ମୁ କାଶ୍ମୀରର କୁପଓ୍ବାଡା ଜିଲ୍ଲାରେ ପୁଣି ସେନାକୁ ବଡ ସଫଳତା ମିଳିଛି । କୁପଓ୍ବାଡାର କେରନ୍‌ ସେକ୍ଟରରେ ୨ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି ଭାରତୀୟ ସେନା । ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୋଳା ବାରୁଦ ଜବତ କରାଯାଇଛି । ଏ ନେଇ ଜାମ୍ମୁ କାଶ୍ମୀର ପୋଲିସ ଏଜିପି ବିଜୟ କୁମାର ସୂଚନା ଦେଇଛନ୍ତି ।

କୁପଓ୍ବାଡାର କେରନ୍‌ ଅଞ୍ଜଳରେ କିଛି ଆତଙ୍କୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ରିପୋର୍ଟ ମିଳିଥିଲା । ସେହି ଆଧାରରେ ସେନା ଯବାନ ସେଠାରେ ପହଞ୍ଚି ସଂପୃକ୍ତ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ । ତେବେ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ ଆତଙ୍କୀ । ପ୍ରତିଜବାବରେ ସେନା ଗୁଳିରେ ଦୁଇ ଜଣ ଆତଙ୍କବାଦୀ ଟଳିପଡିଛନ୍ତି ।

ଏଜିପି ବିଜୟ କୁମାର କହିଛନ୍ତି, ନିହତ ଦୁଇ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର । ଦୁଇ ଆତଙ୍କୀ ହେଉଛନ୍ତି କୁପଓ୍ବାଡାର ମାଜିଦ ଚେଚି ଏବଂ ସମସୁଦ୍ଦିନ ବେଘ୍‌ । ଏମାନଙ୍କ ସହ ଆଉ କିଛି ଆତଙ୍କୀ ସଂପୃକ୍ତ ଥିବା ଅନୁମାନ କରାଯାଉଛି । ସୁଯୋଗ ଦେଖି ସେମାନେ ଖସିଯିବାକୁ ସକ୍ଷମ ହୋଇଥିବା ପୋଲିସ କହିଛି ।

ଏନକାଉଣ୍ଟର ସ୍ଥଳରୁ ଦୁଇଜଣଙ୍କ ଶବ ଜବତ କରିବା ସହିତ ୪ଟି ଏ.କେ-୪୭ ରାଇଫଲ, ୮ଟି ମାଗାଜିନ ସମେତ ୨ ପ୍ୟାକେଟ୍‌ ନାର୍କୋଟିକ୍ସ ଜବତ କରିଛି । ଘଟଣାସ୍ଥଳର କିଛି ଦୂରରୁ ଆହୁରି ଦୁଇଟି ଏ.କେ-୪୭ ବନ୍ଧୁକ, ମାଗାଜିନ ଏବଂ ୪ଟି ଗ୍ରେନେଡ୍‌ ଜବତ କରାଯାଇଛି । ଏହା ସହିତ ୧୨୮ ରାଉଣ୍ଡ ଜୀବନ୍ତ ଗୁଳି ମଧ୍ୟ ଜବତ କରାଯାଇଛି ।

ନିହତ ଦୁଇ ଆତଙ୍କୀ ଅନ୍ୟ ଆତଙ୍କବାଦୀଙ୍କୁ ଅନୁପ୍ରବେଶ ପାଇଁ ରାସ୍ତା ସଫା କରିବାକୁ ଯୋଜନା କରୁଥିବା ଅନୁମାନ କରାଯାଉଛି । ଯାହା ଦ୍ବାରା କି ସେମାନେ ସହଜରେ ଅନୁପ୍ରବେଶ କରିପାରିବେ । ଏଥିରେ ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତି ସହଯୋଗ କରୁଥିବା ଅନୁମାନ କରାଯାଉଛି । ଯାହାକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଗତକାଲି ଅର୍ଥାତ ସୋମବାର ମଧ୍ୟ କୁଲଗାମରେ ଲସ୍କର-ଏ-ତୋଏବାର ଦୁଇ ଜଣ ଆତଙ୍କୀଙ୍କୁ ଏନକାଉଣ୍ଟର କରିଥିଲା ଭାରତୀୟ ସେନା ।