ଚା’ ଓ ପାନ ଦୋକାନରେ ଚଢାଉ, ୨ ହଜାର ୭ଶହ ଟଙ୍କା ଜରିମାନା ଆଦାୟ

ମନମୁଣ୍ଡା, ୩୦।୧୧ ସିଗାରେଟ ଓ ଟବାକୋ ପ୍ରଡ଼କଟ ଆକ୍ଟ ପ୍ରବର୍ତ୍ତନ ବିଭାଗ ତରଫରୁ ବୁଧବାର ମନମୁଣ୍ଡା ର ଅନେକ ଦୋକାନ ଉପରେ ଚଢ଼ାଉ କରାଯାଇଥିଲା। ଡ୍ରଗ ଇନ୍ସପେକ୍ଟର ସନ୍ତୋଷ କୁମାର ପ୍ରଧାନ, ଖାଦ୍ୟ ସୁରକ୍ଷା ଅଧିକାରୀ ଧରଣୀଧର ନାୟକ, ଜିଲ୍ଲା କଂସଲଟେଣ୍ଟ ଆଲୋକ କୁମାର ମିଶ୍ର ସ୍ଥାନୀୟ ଅବକାରୀ ସବ ଇନ୍ସପେକ୍ଟର , ପୋଲିସ ଏ ଏସ ଆଇ ବୁଦ୍ଧଦେବ ସାହୁ ଙ୍କ ସହଯୋଗ ରେ ଏହି ଚଢ଼ାଉ କରିଥିଲେ।
ଅଧିକାରୀଗଣ ମୋଟ ୧୪ ଟି କିରାନା, ଚା ଏବଂ ପାନ ଦୋକାନ ଉପରେ ଚଢ଼ାଉ କରି ମୋଟ ୨ହଜାର ୭ଶହ ଟଙ୍କା ଫାଇନ ଆଦାୟ କରିଥିଲେ।ମନମୁଣ୍ଡା ର ରାମଚନ୍ଦ୍ର ଅଗ୍ରୱାଲ ଙ୍କ ଗଣେଶ କିରାନା ଭଣ୍ଡାର ରେ ବିକ୍ରି କରୁଥିବା ଗୁଡ଼ାଖୁ ଓ ଆହୁରି ଅନେକ ବେଆଇନ ଜିନିଷକୁ ଅଧିକାରୀଗଣ ନଷ୍ଟ କରିଥିଲେ। ଏତଦ ବ୍ୟତୀତ ଆଗାମୀ ଦିନରେ ସିଗାରେଟ, ଟବାକ୍କୋ ଇତ୍ୟାଦି ନ ବିକ୍ରି କରିବାକୁ ଓ ପଲିଥିନ ବର୍ଜନ କରିବାକୁ ଅଧିକାରୀଗଣ ଦୋକାନୀ ମାନଙ୍କୁ ସଚେତନ ତଥା ତାଗିଦ କରିଥିଲେ।