ନୀଳଗିରି,୪/୨: ବାଲେଶ୍ଵର ଡିଏଫଓ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ନିର୍ଦେଶରେ ଏକ ଟିମ ସୋର ଥାନା ତଳନଗର ଗ୍ରାମରେ ଅଚାନକ ଚଢ଼ାଉ କରି ବଡ଼ ଧରଣର ସଫଳତା ପାଇଛନ୍ତି। ଦୁଇଟି ହାତୀ ଦାନ୍ତ ,୪ଟି ମୋବାଇଲ ଜବତ କରିଥିବା ବେଳେ ୪ଜଣଙ୍କୁ ଗିରଫ କରିଛି। ସେହି ଗାଁରେ ଗୁଣିଗାରେଡି ପାଇଁ ପୂଜା କରୁଥିବା ତାନ୍ତ୍ରିକ ଜଣକ ଦୁଇଟି ହାତୀ ରଖିଥିବା ବେଳେ ଦାନ୍ତକୁ ବନ ବିଭାଗର ଏହି ଟିମ ଜବତ କରିଛି।

ବାଲେଶ୍ୱର ଡିଏଫଓ ପ୍ରଫୁଲ୍ଲ ମଲ୍ଲିକଙ୍କ ତତ୍ୱାବଧାନରେ ଏସିଏଫ ଦିଗନ୍ତ ଶୋଭନ ଚାନ୍ଦ ଓ ତଟନୀ ସେଠିଙ୍କ ନେତୃତ୍ୱରେ ଚାନ୍ଦିପୁର ରେଞ୍ଜର ଦାୟିତ୍ୱରେ ଥିବା ମନୱାର ଖାନ ଏବଂ ବିଭିନ୍ନ ରେଞ୍ଜର ଫରେଷ୍ଟର, ଫରେଷ୍ଟ ଗାର୍ଡ ମାନେ ଏହି ଚଢ଼ାଉରେ ସାମିଲ ହୋଇଥିଲେ।ଏସିଏଫ ତଟନୀ ସେଠି ତଦନ୍ତ ଭାର ନେଇଥିବା ବେଳେ ଆଗକୁ ଆହୁରି ଗିରଫ ହେବେ ବୋଲି ସୂଚନା ଦେଇଛନ୍ତି।