ଢେଙ୍କାନାଳ ୨୬।୭: ପୁରୀରୁ ସୁନାବେଶ ଦେଖି କାର ଯୋଗେ ଘରକୁ ଫେରୁଥିବା ବେଳେ ଗୋଟିଏ ପରିବାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । କାରଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା। ପୁରୁଣା କଟକ ସମ୍ବଲପୁର ରାସ୍ତାର ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ସୁକିଆ ବାଉତି ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ସ୍ଥଳରୁ କାରରେ ଥିବା ଗୋଟିଏ ପରିବାରର ଆହତ ୫ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ରାସୋଳ ଥାନା ଅନ୍ତର୍ଗତ କଳିଙ୍ଗା ଗ୍ରାମର ହେମନ୍ତ ବେହେରାଙ୍କ ପରିବାର ଓ ତାଙ୍କ ଭାଇ ପୁରୀକୁ ସୁନାବେଶ ଦେଖିବାକୁ ଆସିଥିଲେ। ପୁରୀରେ ସୁନାବେଶ ଦେଖି କାରରେ ଘରକୁ ଫେରୁଥିଲେ। ରାସୋଳ ଥାନା ଅନ୍ତର୍ଗତ ସୁକିଆ ବାଉତି ମନ୍ଦିର ନିକଟରେ କାରଟି ଏକ ଗଛରେ ପିଟି ହୋଇଯାଇଥିଲା। ଏଥିରେ ଦୁଇ ମହିଳାଙ୍କ ସମେତ ୩ ଜଣ ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗୁରୁତର ଥିବା ୨ ଜଣଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର ସେମାନଙ୍କ ଅବସ୍ଥା ଅତି ଗୁରୁତର ଥିବା ଯୋଗୁଁ କଟକ ସ୍ଥାନାନ୍ତରିତ କରାଯାଇଛି । କାରରେ ଡ୍ରାଇଭରଙ୍କ ସମେତ ମୋଟ୍ ୬ ଜଣ ଥିଲେ ।
ଆହୁରି ପଢନ୍ତୁ : ସୋମବାର ଜଗତସିଂହପୁର ଜିଲ୍ଲାରେ ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ର ଛୁଟି