ଗୁଣପୁର,୧୬l୬(ଆପ୍ର) : ରଜ ଉପଲକ୍ଷେ ଭୋଜି କରି ଫେରୁଥିବା ବେଳେ ଅଘଟଣ।ଗୁଡାରି ସହର ନିକଟସ୍ଥ ଭାଟିଆ ବିଲ ଗ୍ରାମ ନିକଟରେ ଭୋଜି କରି ଫେରିବା ବେଳେ ବଜ୍ରପାତର ଶିକାର ହୋଇ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଜଣେ ଯୁବତୀ ଗୁରୁତର ହୋଇଛନ୍ତି। ମୃତ ମହିଳା ଜଣକ ହେଲେ ଗୁଡାରି ମିଲିଢେପ ସାହିର ସୋନାଲି ଗଉଡ, ରୁପାଲି ଗଉଡ। ଗୁରୁତର ଜଣକ ହେଲେ ଯୁବତୀ କାଜଲ ଗଉଡ ।
ରଜ ଉପଲକ୍ଷେ ୪୦ ଜଣ ମହିଳା ଗୁଡାରି ସହର ନିକଟସ୍ଥ ଭାଟିଆ ବିଲ ଗ୍ରାମ ନିକଟରେ ଭୋଜି କରି ଫେରୁଥିଲେ। ବାଟରେ ବଜ୍ରପାତ ହେବାରୁ ତିନି ଜଣ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ଗୁଡାରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁଣପୁର ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା। ତିନି ଜଣ ଗୁରୁତର ମଧ୍ୟରୁ ଗୁଣୁପୁର ମେଡିକାଲରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲ୍ ସ୍ଥାନାନ୍ତରିତ କରାଯାଇଛି।