​​​​​​​ରଙ୍ଗେଈଲୁଣ୍ଡା, ୧।୧୦ (ଆପ୍ର):  -ଗୋଳନ୍ଥରା ଥାନା ଅନ୍ତର୍ଗତ ବଡ଼ ଚନ୍ଦନବାଡ ଗ୍ରାମରେ  ଗ୍ୟାସ ଟାଙ୍କି ଲିକ ହୋଇ ନିଆଁ ଲାଗିଯିବାରୁ ଦୁଇ ଜଣ ମହିଳା ପୋଡ଼ିଯାଇଛନ୍ତି। ଗୁରୁତର ଭାବେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୨ ଗୁରୁତର ମହିଳା ହେଲେ  ଗ୍ରାମର ସୁଗୁ ରେବତୀ (୬୪) ଓ ହେମଲତା ବେହେରା (୩୯)

 ସୁଗୁ ରେବତୀ ଘରକୁ ସେହି ଗ୍ରାମର ହେମଲତା ବେହେରା କୌଣସି କାମରେ ଯାଇଥିଲେ। ସେହି ସମୟରେ ରେବତୀ ଗ୍ୟାସ ଚୁଲି ଲଗାଉଥିଲେ ହଠାତ ଗ୍ୟାସ ଲିକ ହୋଇ ଘରେ ନିଆଁ ବ୍ୟାପି ଯାଇଥିଲା। ଘଟଣା ସ୍ଥଳରେ ଦୁଇ ଜଣ ନିଆଁରେ ପୋଡି ଗୁରୁତର ହୋଇଥିଲେ। ସଙ୍ଗେ ସଙ୍ଗେ ଗ୍ରାମର କିଛି ଲୋକ ପହଂଚି ନିଆଁକୁ ଆୟତ୍ତ କରି ଉଭୟଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ଓ ହସପିଟାଲକୁ ଭର୍ତ୍ତି କରାଯାଇଥିଲା। ସେଠାରୁ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ  ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଉଛି।