PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଏହି ବିମାନବନ୍ଦରରେ ମିଳୁଛି ମାଗଣାରେ ୨୦ କିଲୋ ସୁନା, ବାସ୍ କରିବାକୁ ପଡିବ ଏଭଳି…

ଦୁବାଇ,୨୯।୩: ଦୁବାଇର ଏକ ବିମାନ  ବନ୍ଦରରେ ଗୋଲ୍ଡ ବାର ଚ୍ୟାଲେଞ୍ଜ ଚାଲିଛି, ଯାହର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଟ୍ରିକି ଚ୍ୟାଲେଞ୍ଜରେ ଯିଏ ବାକ୍ସ ଭିତରୁ ୨୦ କିଲୋର ସୁନା ବାହାର କରିନେବେ ସମସ୍ତ ସୁନା ତାଙ୍କର ହୋଇଯିବ। ଏହି ଚ୍ୟାଲେଞ୍ଜ ଦେଖିବାକୁ ଯଦିଓ ସହଜ ଲାଗୁଛି, କିନ୍ତୁ ଏଥିରେ ଆଜି ପର୍ଯ୍ୟନ୍ତ କେହି ସଫଳ ହୋଇପାରୁନାହାଁନ୍ତି। ଯେଉଁ ଯାତ୍ରୀ ବିମାନବନ୍ଦରରେ ପହଁଞ୍ଚୁଛନ୍ତି ସେମାନେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଯାତ୍ରୀ ଏହାକୁ ପାଇବାରେ ସକ୍ଷମ ହୋଇନାହାଁନ୍ତି।

ଏହି ସୁନାକୁ ଜିତିବା ପାଇଁ  ଏକ ବାକ୍ସରେ ୨୦ କିଲୋ ସୁନାର ବାର ରଖାଯାଇଛି । ବାକ୍ସରେ ଏକ ଛୋଟିଆ କଣା ରହିଚି। ଯେଉଁଥିରେ ହାତ ପୁରାଇ ସୁନାକୁ ବାହାରକୁ ଆଣିବାକୁ ପଡିବ। ଯଦି ସୁନାର ବାର ବାହାରକୁ ପଳାଇ ଆମେ ତେବେ ସେ ବ୍ୟକ୍ତି ଏହି ୨୦ କିଲୋ ସୁନା ଖଣ୍ଡକୁ ନିଜ ସାଙ୍ଗରେ ନେଇକି ଯିବେ।

ସୋସିଆଲ ମିଡିଆାରେ ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଲୋକେ ଏହି ଚ୍ୟାଲେଞ୍ଜକୁ ପୂରଣ କରିବା ପାଇଁ ବହୁ ପ୍ରକାର ଚେଷ୍ଟା କରି ବିଫଳ ହେଉଛନ୍ତି। ଲୋକ ବାକ୍ସରୁ ସୁନା ବାହାର କରିବା ପାଇଁ ଚେଷ୍ଟା କରୁଛନ୍ତି। କିଛି ଲୋକ ତ ସୁନା ଉଠାଇବାରେ ସଫଳ ହୋଇଯାଇଛନ୍ତି, କିନ୍ତୁ ବାହାରକୁ ଆଣିପାରୁନାହାଁନ୍ତି।