PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ : ଆଠଗଡ ଅଂଶୁପା ହ୍ରଦ ନିକଟରୁ କାରରୁ ୧୩୫୫ ଗ୍ରାମର ବ୍ରାଉନସୁଗାର ଜବତ
  • ||
  • ତିଗିରିଆ : ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର, ରାତ୍ରି ପାଟ୍ରୋଲିଂ ବେଳେ ଉଦ୍ଧାର କଲା ପୋଲିସ
  • ||
  • ବଲାଙ୍ଗିର : ରେଲୱେ ଜଙ୍କସନରୁ ୨୫ ଦାଦନ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗିର : ପୁତୁରାର ଗୁଳିମାଡ଼ରେ ଖୁଡ଼ୀ ଗୁରୁତର, କାରଣ ଅସ୍ପଷ୍ଟ
  • ||
  • ନିଶ୍ଚିନ୍ତକୋଇଲି : ନଗସପୁର ବଜାରରେ ସିରିଜ୍ ଲୁଟ୍, ୧୬ଟି ଦୋକାନରୁ ଚୋରି କରିନେଲେ ଦୁର୍ବୃତ୍ତ
  • ||

ନରେଦା ପଟିୟା ନରସଂହାର ମାମଲା: ସୁପ୍ରିମକୋର୍ଟରୁ ବାବୁ ବଜରଙ୍ଗୀକୁ ଜାମିନ୍

ନୂଆଦିଲ୍ଳୀ,୭।୩: ୨୦୦୨ରେ ଗୁଜରାଟର ନରୋଦା ପଟିୟା ନରସଂହାର ମାମଲାର ଅଭିଯୁକ୍ତ ବାବୁ ବଜରଙ୍ଗୀକୁ  ସୁପ୍ରିମକୋର୍ଟ ଆଜି ଜାମିନ୍ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ଚଳିତ ବର୍ଷ ଜାନୁଆରୀ ଏହି ମାମଲାରେ ୪ ଅଭିଯୁକ୍ତ ରାଜକୁମାର, ହର୍ଷଦ, ଉମେଶ ଭାଇ ଭାରଓ୍ବାଡ ଓ ପ୍ରକାଶଭାଇ ରାଠୋରଙ୍କୁ ସୁପ୍ରିମକୋର୍ଟ ଜାମିନ୍ ମଞ୍ଜୁର କରିସାରିଛନ୍ତି। ଜାମିନ୍ ଆବେଦନରେ ବାବୁ ବଜରଙ୍ଗୀ ତା’ର ଦୃଷ୍ଟି ଶକ୍ତି ଚାଲିଯାଇଥିବାର ଦର୍ଶାଇଥିଲା। ନିମ୍ନ ଅଦାଲତରେ ତାକୁ ଆଜୀବନ କାରାଦଣ୍ଡାଦେଶ ମିଳିଥିଲା, କିନ୍ତୁ ପରେ ଗୁଜରାଟ ହାଇକୋର୍ଟ ଏହାକୁ ହ୍ରାସ କରି ୨୧ ବର୍ଷ କରିଥିଲେ। ଯଦିଓ ଏହି ମାମଲାରେ ବଜରଙ୍ଗୀଙ୍କ ଗୋଟିଏ ଆବେଦନ ସୁପ୍ରିମକୋର୍ଟରେ ପଡି ରହିଚି। ଏପର୍ଯ୍ୟନ୍ତ ବାବୁ ବଜରଙ୍ଗୀ   ୫ ବର୍ଷ ଜେଲଦଣ୍ଡାଦେଶ କାଟି ସାରିଛି।

ଅହମ୍ମଦାବାଦର ନରୋଦା ପଟିୟା ଅଞ୍ଚଳରେ ୨୦୦୨ରେ ସୃଷ୍ଟି ହୋଇଥିବା ଦଙ୍ଗାରେ ବାବୁ ବଜରଙ୍ଗୀ ଉପରେ ୯୭ ଜଣ ଲୋକଙ୍କୁ ହତ୍ୟା ଅଭିଯୋଗ ରହିଚି। ଯାହାଫଳରେ ଟ୍ରାଏଲ କୋର୍ଟ ତାକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ୨୦୦୨ରେ ଗୋଧ୍ରା ଦଙ୍ଗା ସମୟରେ ନରୋଦା ପଟିୟାରେ ନରସଂହାର ଘଟଣା ଘଟିଥିଲା। ୨୦୦୭ରେ ଏକ ଷ୍ଟିଙ୍ଗ ଅପରେସନରେ ବାବୁ ବଜରଙ୍ଗୀ ସ୍ବୀକାର କରିଥିଲା ଯେ, ସେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲା।   ଉଲ୍ଳେଖନୀୟ ଯେ, ୨୭ ଫେବୃଆରୀ ୨୦୦୨ରେ ଗୋଧ୍ରା ​‌ଷ୍ଟେସନର ସାବରମତି ଏକ୍ସପ୍ରେସରେ ଥିବା ୫୯ ଜଣ କାରସେବକଙ୍କୁ ଜୀବନ୍ତ ପୋଡି ହତ୍ୟା କରାଯିବା ଘଟଣା ଏହି ନରସଂହାରର କାରର ବୋଲି କୁହାଯାଏ। ଏହି ଘଟଣାର ପରଦିନ   ଅହମ୍ମଦାବାଦରେ ଥିବା ନରୋଦା ପଟିୟା ଅଞ୍ଚଳରେ ଅତି କମରେ ୯୭ ଜଣ ମୁସଲମାନଙ୍କୁ ହତ୍ୟା କରାଯାଇଥିଲା।

ସମ୍ବନ୍ଧିତ ଖବର