ନୂଆଦିଲ୍ଲୀ,୦୫/୦୧: ୨୦୨୦ ଦିଲ୍ଲୀ ଦଙ୍ଗା ଘଟଣାରେ ୨ ମୁଖ୍ୟ ଅଭିଯୁକ୍ତ ଉମର ଖାଲିଦ-ଶର୍ଜିଲ ଇମାମଙ୍କୁ 'ସୁପ୍ରିମ୍' ଝଟକା ଲାଗିଛି । ମାମଲାରେ ୭ଜଣଙ୍କ ଜାମିନ୍ ଆବେଦନର ଶୁଣାଣି କରିଥିଲେ ସର୍ବୋଚ୍ଚ ଅଦାଲତ । ୫ ଜଣଙ୍କୁ ଜାମିନ୍ ମିଳିଥିବା ବେଳେ  ଉମର ଖାଲିଦ-ଶର୍ଜିଲ ଇମାମଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି । ଉଭୟଙ୍କର ଜାମିନ୍ ଆବେଦନ ପ୍ରତ୍ୟାହାର କରିଛନ୍ତି ସୁପ୍ରିମକୋର୍ଟ । ଷଡ଼ଯନ୍ତ୍ରର ପ୍ରଯ୍ୟାପ୍ତ ପ୍ରମାଣ ଥିବା କହି ବେଲ୍ ଖାରଜ କରିଛନ୍ତି ଅଦାଲତ । ଉମର-ଶର୍ଜିଲ ଜେଲରୁ ମିକୁଳିବେ ନାହିଁ । ଗତ ୫ ବର୍ଷ ହେବ ଜେଲରେ ଅଛନ୍ତି ଦୁଇ ଛାତ୍ରକର୍ମୀ । ଜଷ୍ଟିସ ରବୀନ୍ଦ୍ର କୁମାର ଏବଂ ଜଷ୍ଟିସ୍ ଏନ.ବି ଅଜାରିଆଙ୍କ ଖଣ୍ଡପୀଠ ଜାମିନ୍ ମଞ୍ଜୁର କରିନାହାନ୍ତି । ପୁଲିସ୍ ଦଲିଲ୍ ଶୁଣିବା ପରେ ଗତ ଡିସେମ୍ବର ୧୦ ତାରିଖରେ ରାୟ ସଂରକ୍ଷିତ ରହିଥିଲେ ସୁପ୍ରିମକୋର୍ଟ ।

କ'ଣ କହିଲେ ସୁପ୍ରିମକୋର୍ଟ ? ୨୦୨୦ ମସିହା ଫେବ୍ରୁଆରି ମାସରେ ଉତ୍ତର-ପୂର୍ବ ଦିଲ୍ଲୀରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗାରେ ବଡ଼ ଷଡ୍‌ଯନ୍ତ୍ର ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରନେତା ଉମର ଖାଲିଦ ଓ ଶର୍ଜିଲ ଇମାମ । ଦଙ୍ଗାରେ ସେମାନଙ୍କ ଭୂମିକା ବହୁତ ବଡ଼ ଥିବା କହି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ଅନ୍ୟ ୫ଜଣ ଅଭିଯୁକ୍ତଙ୍କୁ କୋର୍ଟ ଜାମିନ ଦେଇଛନ୍ତି । ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ''ଦଙ୍ଗାରେ ଉମର ଖାଲିଦ ଓ ଶର୍ଜିଲ ଇମାମଙ୍କ ଭୂମିକା ଅଲଗା ଏବଂ ଗୁରୁତର । ସେମାନଙ୍କ ବିରୋଧରେ ଷଡ଼ଯନ୍ତ୍ରର ଯଥେଷ୍ଟ ପ୍ରମାଣ ଅଛି । ଏବେ ୨ମୁଖ୍ୟ ଅଭିଯୁକ୍ତଙ୍କ ଭୂମିକା ଅନ୍ୟ ଅଭିଯୁକ୍ତଙ୍କ ସହିତ ତୁଳନା କରାଯାଇପାରିବ ନାହିଁ । ବିଚାରରେ ବିଳମ୍ବ ନ୍ୟାୟିକ ଯାଞ୍ଚକୁ ଆହୁରି ଲମ୍ବା କରିବାର ଆଶଙ୍କା ରହିଛି । UAPAର ଧାରା 43D(5) ଜାମିନ୍ ପ୍ରଦାନ ପାଇଁ ସାଧାରଣ ବ୍ୟବସ୍ଥାଠାରୁ ଭିନ୍ନ ।''​​​​​​​

The Supreme Court rejects the bail plea of Umar Khalid and Sharjeel Imam, who are booked under the Unlawful Activities (Prevention) Act (UAPA) in connection with the 2020 Delhi Riots larger conspiracy case. pic.twitter.com/7tZ4lB3xpg

୨୦୨୦ ଦିଲ୍ଲୀ ଦଙ୍ଗା ମାମଲା- ୨୦୨୦ ମସିହା ଫେବ୍ରୁଆରି ମାସରେ ଉତ୍ତର-ପୂର୍ବ ଦିଲ୍ଲୀରେ ସାମ୍ପ୍ରତିକ ଦଙ୍ଗା ହୋଇଥିଲା । ଏଥିରେ ୫୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଅଧିକ ଆହତ ହୋଇଥିଲେ । ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଚ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଅଭିଯୁକ୍ତ । ହେଲେ ଦୁହିଁଙ୍କୁ ନିରାଶ ହେବାକୁ ପଡିଛି । ଅନ୍ୟ ୫ ଅଭିଯୁକ୍ତ ଗୁଲଫିଶା ଫାତିମା, ମେରାନ ହେଦର, ଶିଫା ଉର, ମହମ୍ମଦ ସଲିମ ଖାନ ଏବଂ ଶାଦାବ ଅହମଦଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିଛି । ଯଦି ସେମାନେ ସର୍ତ୍ତ ଉଲ୍ଲଘଂନ କରନ୍ତି ତେବେ ଜାମିନ୍ ରଦ୍ଦ କରାଯିବ । ଡିସେମ୍ବର ୨ ତାରିଖରେ ଦିଲ୍ଲୀ ହାଇକୋର୍ଟ ଜାମିନ୍ ଆବେଜନ ଖାରଜ କରିଥିଲେ । ଦଙ୍ଗା ପଛରେ ଉମର ଓ ଶର୍ଜିଲ ବଡ଼ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗ ହୋଇଥିଲା । ମାମଲାରେ ଅଭିଯୁକ୍ତମାନଙ୍କ ବିରୋଧରେ ଗୁରୁତର ଅଭିଯୋଗ ରହିଛି । ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍‌ ଅଭିଯୋଗ କରିଥିଲା ଯେ, ଉମର ଖାଲିଦ, ଶର୍ଜିଲ ଇମାମ ଓ ଅନ୍ୟ ୭ ଅଭିଯୁକ୍ତ ଏହି ଦଙ୍ଗାକୁ ଉସକାଇବା ସହ ବିଶାଳ ଷଡ୍‌ଯନ୍ତ୍ର କରିଥିଲେ। ଦୁହେଁ ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜୀକରଣ (ଏନଆରସି) ବିରୋଧରେ ପ୍ରତିବାଦ ସମୟରେ ହିଂସା ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରିଥିଲେ । ୨୦୨୦ ଫେବ୍ରୁଆରି ୨୩ରୁ ୨୫ ତାରିଖ ମଧ୍ୟରେ ଏହି ଦଙ୍ଗା ହୋଇଥିଲା।
​​​​​​​