ମୁମ୍ବାଇ; ୧୨/୧ : ୨୦୨୫ ମସିହାରେ ଅନେକ ହିଟ୍ ଫିଲ୍ମ ରିଲିଜ୍ ହୋଇଛି ଏବଂ ବକ୍ସ ଅଫିସରେ ରେକର୍ଡ କରିଛି । ବର୍ଷ ୨୦୨୬ ଆରମ୍ଭ ହୋଇଥିବାବେଳେ ଚଳିତ ବର୍ଷ ଅନେକ ହିଟ୍ ଫିଲ୍ମ ରିଲିଜ୍ ଅପେକ୍ଷାରେ ରହିଛି । ବ୍ୟାଟେଲ୍ ଅଫ୍ ଗଲଓ୍ବାନ ଭଳି ଫିଲ୍ମ ରିଲିଜ୍ ଅପେକ୍ଷାରେ ରହିଛି । ତେବେ ଫିଲ୍ମରେ ହରୋଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ମାତ୍ର ଅଭିନେତ୍ରୀମାନେ ଏବେ ଲିଡ୍ ରୋଲରେ ଆସି ବକ୍ସ ଅଫିସରେ କମାଲ କରୁଛନ୍ତି । ଏମିତି ଅନେକ ଉଦହାରଣ ରହିଥିବାବେଳେ ୨୦୨୬ ମସିହାରେ ରିଲିଜ୍ ହେବାକୁ ଥିବା କିଛି ଫିଲ୍ମରେ ନାୟିକାମାନେ ରାଜ୍ କରିବେ ବୋଲି କୁହାଯାଉଛି । ନାୟକଙ୍କ ଅପେକ୍ଷା ଚର୍ଚ୍ଚାରେ ରହିଛନ୍ତି ଏହି ୫ ଅଭିନେତ୍ରୀ ।
ସାଇପଲ୍ଲବୀ :
ସାଉଥ୍ ଫିଲ୍ମ ଜଗତର ଜଣାଣୁଣା ଅଭିନେତ୍ରୀ ସାଇ ପଲ୍ଲବୀଙ୍କ ଅନେକ ଫ୍ୟାନ୍ସ ରହିଛନ୍ତି । ତାଙ୍କ ଅଭିନୟର ଯାଦୁ ସାଙ୍ଗକୁ ଲୁକ୍ ଫ୍ୟାନ୍ସଙ୍କୁ ବାନ୍ଧି ରଖିଛି । ତେବେ ଏହି ସାଉଥ୍ ଅଭିନେତ୍ରୀ ଏବେ ବଲିଉଡ ମୁହାଁ ହୋଇଛନ୍ତି । ୨୦୨୬ ମସିହାରେ ତାଙ୍କର ଦୁଇ ବଡ଼ ବଜେଟର ଫିଲ୍ମ ରିଲିଜ୍ ହେବାକୁ ଯାଉଛି । ରଣବୀର କପୁରଙ୍କ ସହ ରାମାୟଣରେ ସେ ସୀତା ଭୂମିକାରେ ଅଭିନୟ କରିଛନ୍ତି । ୪୦୦ କୋଟି ଟଙ୍କାର ବଜେଟରେ ନିର୍ମାଣ ହୋଇଥିବା ଏହି ଫିଲ୍ମରେ ସାଇ ପଲ୍ଲବୀ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି । ମାତା ସୀତାଙ୍କ ଚରିତ୍ରରେ ଆସିଥିବା ଫଟୋ ଏବଂ ଟିଜରକୁ ଦର୍ଶକେ ବେଶ ଭଲ ପାଇବା ଦେଇଛନ୍ତି । ଏହାସହ ଅମୀର ଖାନଙ୍କ ପୁଅ ସହ ‘ମେରେ ରାହେ’ରେ ନଜର ଆସିବେ ।
ଆଲିଆ ଭଟ୍ଟ :
୨୦୨୫ ମସିହାରେ କୌଣସି ଫିଲ୍ମରେ ନଜର ଆସିନଥିବା ଜଣାଶୁଣା ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅଭିନୟ ଅଳ୍ପ ଦିନରେ ତାଙ୍କୁ ଷ୍ଟାର ବନାଇ ଦେଇଛି । ତାଙ୍କ ଅଭିନୀତ ଅନେକ ଫିଲ୍ମ ବକ୍ସ ଅଫିସରେ ରାଜ୍ କରିଛି । ତେବେ ସଞ୍ଜୟ ଲିଲା ବଂଶାଲୀଙ୍କ ଫିଲ୍ମ ‘ଲଭ୍ ଆଣ୍ଡ୍ ଓ୍ବାର’ରେ ନଜର ଆସିବେ । ଏହାସହ ଆଲଫା ମୁଭିରେ ମଧ୍ୟ ସେ ନଜର ଆସିବେ । ଏହି ଦୁଇଟି ଫିଲ୍ମ ୨୦୨୫ ମସିହାରୁ ସୁଟିଂ ଆରମ୍ଭ ହୋଇଛି ।
ତୃପ୍ତି ଡିମରି :
ସୋସିଆଲ ମିଡିଆରେ ତୃପ୍ତିଙ୍କ ବହୁ ଫ୍ରାନ୍ସ ରହିଛନ୍ତି । ୨୦୨୩ ମସିହାରେ ଆସିଥିବା ଆନିମଲ ଫିଲ୍ମରେ ତାଙ୍କର ଆହୁରି ଅଧିକ ଫ୍ୟାନ୍ସ ହୋଇଯାଇଥିଲେ । ଏବେ ତାଙ୍କ ପାଖରେ ଦୁଇଟି ଅଫର୍ ରହିଛି । ଗୋଟିଏ ହେଉଛି ‘ଓ ରୋମିଓ’ ଏବଂ ଅନ୍ୟଟି ହେଉଛି ‘ମା ବେହେନ’। ଏହି ଦୁଇ ଫିଲ୍ମରେ ସେ ନଜର ଆସିବାକୁ ଯାଉଛନ୍ତି ।
ଦୀପିକା ପାଦୁକୋନ୍ ;
୨୦୨୫ ମସିହା ଦୀପିକାଙ୍କ ପାଇଁ ଏତେ ଖାସ୍ ନଥିଲା । ମାତ୍ର ୨୦୨୬ ମସିହାରେ ତାଙ୍କ ପାଖରେ ଦୁଇଟି ଫିଲ୍ମ ରହିଛି । ଗୋଟିଏ ଶାହାରୁଖ ଖାନଙ୍କ ସହ ‘କିଙ୍ଗ୍’ ଏବଂ ଆଉ ଗୋଟିଏ ହେଉଛି ଭିକ୍କି କୌଶଲ ବିପକ୍ଷରେ ନାୟିକା ସାଜିବେ ‘ମହାବତାର’ ଫିଲ୍ମରେ ।
ରାଣୀ ମୁଖାର୍ଜୀ ;
ବଲିଉଡର ବେଶ ଜଣାଶୁଣା ନାୟିକା ରାଣୀ ମୁଖାର୍ଜୀଙ୍କ ଅଭିନୟ ସମସ୍ତଙ୍କ ପସନ୍ଦ । ଗତବର୍ଷ ତାଙ୍କ ଅଭିନୀତ ଫିଲ୍ମ ମିସେସ୍ ଚାଟାର୍ଜୀ ଭର୍ସେସ ନରଓ୍ବେ ନ୍ୟାସନାଲ ଆଓ୍ବାର୍ଡ ପାଇଥିଲା । ଯେବେ ବି ସେ ପରଦାରେ ନଜର ଆସନ୍ତି ସେବେ ଫ୍ୟାନ୍ସଙ୍କୁ କିଛି ନୂଆ କରି ଦେଖାନ୍ତି । ଏବେ ସେ ମର୍ଦାନୀ-୩ ଏବଂ ଓଏମଜି-୩ରେ ମଧ୍ୟ ନଜର ଆସିବାକୁ ଯାଉଛନ୍ତି ।