ମେଷ: ତୃତୀୟ ବୃହସ୍ପତି ଶନି ଦ୍ୱାଦଶ ଯୋଗୁ ଅପବ୍ୟୟ,ଅପବାଦ,ସମସ୍ତ କର୍ମରେ ବିଳମ୍ବ, ମାଲି ମୋକଦ୍ଦମା, ଶାରୀରିକ ପୀଡ଼ା, ସନ୍ତାନଙ୍କର ବିବାହରେ ବିଳମ୍ବ,ଭାଇଭଉଣୀଙ୍କ ସହ ମତାନ୍ତର ଆଦି ଭୋଗ ହେବ । ସଙ୍କଟମୋଚନ ହନୁମାନ୍‌ଙ୍କ ଆରାଧନା କଷ୍ଟ ଲାଘବ କରିବ । ଶୁଭ ରଙ୍ଗ-ଲାଲ୍, ଶୁଭ ସଂଖ୍ୟା - ୬ ।

ବୃଷ: ଏକାଦଶ ଶନି,ଦ୍ୱିତୀୟ ବୃହସ୍ପତି ଯୋଗୁ, ଧନ,ସମ୍ପଦ,ବୃଦ୍ଧି,ନୂତନ ଗୃହ ନିର୍ମାଣ, ଭୂମି କ୍ରୟ,ନିଯୁକ୍ତି, ବିବାହ ଆଶାୟୀଙ୍କ ବିବାହ,ବିଦେଶ ଯାତ୍ରା,କର୍ମରେ ସଫଳତା, ବେପାରରେ ଉତ୍ତମ ଆୟ ଇତ୍ୟାଦି ସମସ୍ତପ୍ରକାର ଶୁଭ କର୍ମର ଯୋଗ ରହିଛି । ଆରାଧ୍ୟା- ମା’କମଳା, ଶୁଭରଙ୍ଗ- ଧଳା, ଶୁଭ ସଂଖ୍ୟା-୪ ।

ମିଥୁନ: ଦଶମ ଶନି,ଜନ୍ମ ବୃହସ୍ପତି ଯୋଗୁ ପରିବାରରେ ମନୋମାଳିନ୍ୟ,ନିଜର ଲୋକଙ୍କ ସହ ବିବାଦ,ମାନସିକ ଦୁଶ୍ଚିନ୍ତା,କର୍ମରେ ବାଧାବିଘ୍ନ,ବେପାରରେ ମଧ୍ୟମ ଆୟ,ଶାରୀରିକ ପୀଡ଼ା ଆଦି ଭୋଗୀ ପାରନ୍ତି । ଆରାଧ୍ୟା - ମା’ଷୋଡ଼ଶୀ, ଶୁଭ ରଙ୍ଗ- ଖଇରିଆ (ମେରୁନ୍),ଶୁଭ ସଂଖ୍ୟା - ୧୨

କର୍କଟ: ନବମ ଶନି,ଦ୍ୱାଦଶ ବୃହସ୍ପତି ଯୋଗୁ ମାନସମ୍ମାନ ହାନି,କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ବିବାଦ,ଅଯଥା ଖର୍ଚ୍ଚ ବୃଦ୍ଧି ପାଇବ । ବେପାରରେ ଉତ୍ତମ ଆୟ, କର୍ମରେ ସଫଳତା ମିଳିବା ସମ୍ଭାବନା ରହିଛି ।ଆରାଧ୍ୟ ଦେବତା - ମହାଦେବ,ଶୁଭରଙ୍ଗ- ସିଲଭର (ରୁପା ରଙ୍ଗ), ଶୁଭ ସଂଖ୍ୟା - ୧, ।

ସିଂହ: ଆୟ ଅତି ଉତ୍ତମ,କର୍ମରେ ପ୍ରଗତି,ପରିବାରରେ ସୁଖଶାନ୍ତି,ନୂତନ ଭୂମି କ୍ରୟ,ଗୃହାରମ୍ଭ, ସନ୍ତାନଙ୍କ ବୈବାହିକ କର୍ମ ସମ୍ପନ୍ନ ହେବ । କେବଳ ଶାରୀରିକ ପୀଡ଼ା ବ୍ୟତୀତ ଅନ୍ୟ ସମସ୍ତ କ୍ଷେତ୍ରରେ ଶୁଭ ଫଳ ମିଳିବ । ଆରାଧ୍ୟା - ମା’ମାତଙ୍ଗୀ,ଶୁଭ ରଙ୍ଗ-ଗୋଲାପୀ, ଶୁଭ ସଂଖ୍ୟା- ୩ ।

କନ୍ୟା: କର୍ମରେ ଉନ୍ନତି ହେବ କିନ୍ତୁ ସମସ୍ୟା ଲାଗି ରହିବ,ନୂତନ ବେପାର,ଆୟର ସୁଯୋଗ ମିଳିବ ଏବଂ ପୁତ୍ରକନ୍ୟାଙ୍କର ବିବାହ ଯୋଗ ରହିଛି । ତେବେ ପାରିବାରିକ ଅଶାନ୍ତି,ପତ୍ନୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ରହିପାରେ । ଆରାଧ୍ୟ ଦେବତା - ଭଗବାନ୍ ବିଷ୍ଣୁ, ଶୁଭ ରଙ୍ଗ-ସବୁଜ, ଶୁଭ ସଂଖ୍ୟା - ୮ ।

ତୁଳା: ଆର୍ଥିକ ସ୍ଥିତିରେ ଉନ୍ନତି,ନୂତନ ଗୃହ ନିର୍ମାଣ,ଭୂମି କ୍ରୟ,ବିଦେଶ ଯାତ୍ରା,କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ଭାଗ୍ୟ-ଭବିଷ୍ୟ-ଭଗବାନ୍ଙ୍କ ଉପରେ ଅଗାଧ ବିଶ୍ୱାସ ରହିବ । ଆରାଧ୍ୟା - ମା’ଗାୟତ୍ରୀ,ଶୁଭ ରଙ୍ଗ-ନୀଳ, ଶୁଭ ସଂଖ୍ୟା- ୨ ।

ବିଛା: ଚୌର-ମାଲିମୋକଦ୍ଦମାର ଭୟ,ଆର୍ଥିକ ଠକାମୀ,ପରିବାରରେ ଅଶାନ୍ତି,ସ୍ୱଜନରେ ବିବାଦ ଆଦି ହୋଇପାରେ । ଜୁନ୍ ପରେ ବେପାରରେ ଅଧିକ ଶୁଭ ଫଳ ମିଳିବ । ଆରାଧ୍ୟା - ମା’ ବଗଳାମୁଖୀ, ଶୁଭ ରଙ୍ଗ-ହଳଦିଆ, ଶୁଭ ସଂଖ୍ୟା-୧୧ ।

ଧନୁ: ବେପାରରେ ଉତ୍ତମ ଆୟ,ନୂତନ ବେପାରର ସୁଯୋଗ,ବିଦେଶ ଯାତ୍ରା, ନୂତନ ଭୂମି କ୍ରୟ,ଗୃହ ନିର୍ମାଣ ଆଦି ଶୁଭ ଯୋଗ । ତେବେ ସହକର୍ମୀଙ୍କ ସହ ବିବାଦ, ପଦସ୍ଥ ଅଧିକାରୀଙ୍କ ସହ ମତଭେଦ ଓ ସ୍ଥାନାନ୍ତର ଆଦି ହୋଇପାରେ । ଆରାଧ୍ୟ - ପ୍ରଭୁ ଗଜାନନ,ଶୁଭ ରଙ୍ଗ- ଗୋଲାପୀ, ଶୁଭ ସଂଖ୍ୟା-୫ ।

ମକର: ରାଗ,ଋଣ ଓ ଶତ୍ରୁ ଏହି ତିନିଟିକୁ ବାଦ୍ ଦେଲେ ଅନ୍ୟ ସମସ୍ତ କର୍ମ କ୍ଷେତ୍ରରେ ଅତ୍ୟଧିକ ଶୁଭ ଫଳ ମିଳିବ । ଆର୍ଥିକ ସ୍ଥିତିରେ ଉନ୍ନତି,ନୂତନ ଆୟର ସୁଯୋଗ ରହିଛି । ଆରାଧ୍ୟା - ମା’ଦୁର୍ଗା,ଶୁଭ ରଙ୍ଗ - ବାଇଗଣୀ, ଶୁଭ ସଂଖ୍ୟା-୬ ।

କୁମ୍ଭ: କର୍ମରେ ସଫଳତା ,ନୂତନ ନିଯୁକ୍ତି, ପୁତ୍ରକନ୍ୟାଙ୍କ ବିବାହର ଯୋଗ ଜୁଟିବ । ବାଣିଜ୍ୟରେ ଉତ୍ତମ ଆୟ ହେଲେ ମଧ୍ୟ ସେହି ଅନୁପାତରେ ଖର୍ଚ୍ଚ ହେବ । ମାଲିମୋକଦ୍ଦମାରେ ପଡ଼ିପାରନ୍ତି । ମନ ବିଷାଦଗ୍ରସ୍ତ ଓ ଶାରୀରିକ ପୀଡ଼ା ଭୋଗିପାରନ୍ତି । ଆରାଧ୍ୟା - ମା’ କାଳୀ,ଶୁଭ ରଙ୍ଗ-କଳା, ଶୁଭ ସଂଖ୍ୟା-୧୧ ।

ମୀନ: ସ୍ୱଜନରେ ବିବାଦ,ପରିବାରରେ ମନୋମାଳିନ୍ୟ,ଶାରୀରିକ ପୀଡ଼ା ଆଦି ଭୋଗିବେ । ଆର୍ଥିକ ଠକାମୀରେ ପଡ଼ିପାରନ୍ତି ଏବଂ ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜି ଯାଇପାରେ । ସହକର୍ମୀଙ୍କ ସହ ବିବାଦ ତଥା ମନ ବିଷାଦଗ୍ରସ୍ତ ରହିବ । ଆରାଧ୍ୟା - ମା’ତାରା । ଶୁଭ ରଙ୍ଗ- ଲାଲ୍, ଶୁଭ ସଂଖ୍ୟା-୭ ।