ଭାରତ ଯୋଡ଼ୋ ଯାତ୍ରାର ଉଦ୍ଯାପନୀ ଉତ୍ସବରେ ୨୧ ଟି ରାଜନୈତିକ ଦଳ ଆମନ୍ତ୍ରିତ, ଯୋଗ ଦେବେନି ଏହି ୯ ଦଳ

- ୧୨ ବିରୋଧୀ ଦଳ ଉଦ୍ଯାପନୀ ଉତ୍ସବରେ ହେବେ ସାମିଲ
- ସୁରକ୍ଷା ଦୃଷ୍ଟିରୁ ସାମିଲ କିଛି ବିରୋଧୀ ଦଳ
- ନୀତୀଶଙ୍କ ନେତୃତ୍ୱାଧିନ ଜେଡିୟୁ ହେବ ସାମିଲ
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡ଼ୋ ଯାତ୍ରା ଅନ୍ତିମ ପର୍ଯ୍ୟାୟରେ। ଏହି ଯାତ୍ରାର ଉଦ୍ଯାପନୀ ଉତ୍ସବରେ ସମଭାବାପୂର୍ଣ୍ଣ ୨୧ ଟି ରାଜନୈତିକ ଦଳକୁ ଆମନ୍ତ୍ରିତ କରାଯାଇଛି। ହେଲେ ୧୨ ଟି ବିରୋଧୀ ଦଳ ଉଦ୍ଯାପନୀ ଉତ୍ସବରେ ସାମିଲ ହେବା ନେଇ ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। କିଛି ଦଳ ସୁରକ୍ଷା କାରଣରୁ ସାମିଲ ହେବେ ନାହିଁ ବୋଲି ଜଣାପଡ଼ିଛି। ତୃଣମୂଳ କଂଗ୍ରେସ, ସମାଜବାଦୀ ପାର୍ଟି ଓ ଟିଡିପି ଏହି ଦଳରେ ସାମିଲ ଅଛନ୍ତି। ଯେଉଁମାନେ କି ଏହି ଉଦ୍ଯାପନୀ ଉତ୍ସବରେ ସାମିଲ ହେବେ ନାହିଁ।

ଏମକେ ଷ୍ଟାଲିନଙ୍କ ନେତୃତ୍ୱାଧିନ ଡିଏମକେ, ଶରଦ ପାୱାରଙ୍କ ନେତୃତ୍ୱାଧିନ ଏନସିପି, ତେଜସ୍ୱୀ ଯାଦବଙ୍କ ଆରଜେଡି, ନୀତୀଶ କୁମାରଙ୍କ ଜେଡିୟୁ, ଉଦ୍ଧବ ଠାକରେଙ୍କ ଶିବସେନା, ସିପିଆଇ(ଏମ), ସିପିଆଇ, ବିଏସକେ, ନେସନାଲ କନଫ୍ରେନ୍ସ ସମେତ ପିଡିପି ଆଦି ଦଳ ଉଦ୍ଯାପନୀ ଉତ୍ସବରେ ସାମିଲ ହେବେ।

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା ଶନିବାର ଭାଇ ରାହୁଲ ଗାନ୍ଧୀଙ୍କ ସହ ସାମିଲ ହୋଇଥିଲେ। ତେବେ ସୁରକ୍ଷା ଉଲ୍ଲଂଘନ କରାଣରୁ ଶୁକ୍ରବାର ଭାରତ ଯୋଡ଼ୋ ଯାତ୍ରାକୁ ସ୍ଥଗିତ କରାଯାଇଥିଲା। ପିଡିପି ମୁଖ୍ୟ ମହବୁବା ମୁଫତି ମଧ୍ୟ ଶନିବାର ଯାତ୍ରାରେ ସାମିଲ ହୋଇଥିଲେ। ଅନ୍ୟପଟେ ସ୍ଥାନୀୟ ପୁଲିସ ସୁରକ୍ଷା ବ୍ୟବସ୍ଥା ଢ଼ିଲା ଅଭିଯୋଗକୁ ଖଣ୍ଡନ କରିଛି।