PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ସାଲେଭଟା ସ୍କୁଲର ୨୧ ଛାତ୍ରଛାତ୍ରୀ ଅସୁସ୍ଥ, ୬ ଜଣ ହସ୍ପିଟାଲରେ ଭର୍ତ୍ତି

ନୂଆପଡ଼ା, ୦୧/୦୨ : ନୂଆପଡ଼ା ଜିଲ୍ଲା କୋମନା ବ୍ଳକ ନୂଆଗାଁ ପଞ୍ଚାୟତ ସାଲେଭଟା ପ୍ରାଥମିକ ବିଦ୍ୟାଳୟର ୨୧ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଏବେ ୬ ଜଣ ଛାତ୍ରଛାତ୍ରୀ କୋମନା ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି।

ସୂଚନାନୁଯାୟୀ, ସାଲେଭଟା ପ୍ରାଥମିକ ବିଦ୍ୟାଳୟ ଋତୁକାଳୀନ ଆବାସିକ କେନ୍ଦ୍ରରେ ୪୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ମଙ୍ଗଳବାର ରାତିରେ ପିଲାମାନଙ୍କୁ ଭାତ ଓ ଅଣ୍ଡା ଖାଇବାକୁ ଦିଆଯାଇଥିଲା । ରାତ୍ରୀଭୋଜନର କିଛି ସମୟ ପରେ ହଠାତ୍ ୨୧ ଜଣ ଛାତ୍ରଛାତ୍ରୀଙ୍କର ବାନ୍ତି ହୋଇଥିଲା । ରାତିରେ ସ୍କୁଲ ପ୍ରଧାନ ଶିକ୍ଷକ ହଳଧର ଶବର ତୁରନ୍ତ ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ କୋମନା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରିଥିଲେ। ବିଳମ୍ବିତ ରାତିରେ ଛାତ୍ରଛାତ୍ରୀମାନେ ସୁସ୍ଥ ହେବାରୁ ସ୍କୁଲକୁ ନେଇଥିଲେ । ଆଜି ସକାଳେ ସେହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପୁଣି ୬ ଜଣ ଅସୁସ୍ଥ ହୋଇ ପଡ଼ିବାରୁ ପୁଣି କୋମନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ କୋମନା ହସ୍ପିଟାଲରେ ୬ ଜଣ ଛାତ୍ରଛାତ୍ରୀ ଚିକିତ୍ସିତ ହେଉଛନ୍ତି । ପୂର୍ବାହ୍ନରେ ସିଆରସିସି ଉମାଶଙ୍କର ରଣା ହସ୍ପିଟାଲରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଏବେ ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡାକ୍ତର ସୂଚନା ଦେଇଛନ୍ତି ।