ମାଲକାନଗିରି,୧୭/୦୨ : ୨୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ। ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ଆଜି ୨୨ ଜଣ ହାଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୧୦ ଜଣ ମହିଳା ମାଓବାଦୀ ରହିଥିବା ସୂଚନା ମିଳିଛି ।

ଆହୁରି ପଢନ୍ତୁ-ରାଜ୍ୟପାଳଙ୍କ ଅଭିଭାଷଣରେ ସରକାରୀ ସଫଳତାର ଗୋଲାପୀ ଚିତ୍ର

ଛତିଶଗଡ ସରକାରଙ୍କ ପୁନର୍ବାସ ନୀତିରେ ଅନୁପ୍ରାଣିତ ହୋଇ ଏମାନେ ନିଜର ଅସ୍ତ୍ରଶସ୍ତ୍ର ସହ ସୁକୁମା ପgଲିସ ପାଖରେ ଆତ୍ମସମର୍ପଣ କରିଥିବା କହିଛନ୍ତି । ତେବେ ଆତ୍ମସମର୍ପଣ ପରେ ସମସ୍ତଙ୍କୁ ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ସରକାରଙ୍କ ନିୟମ ଅନୁସାରେ ସେମାନଙ୍କୁ ଥଇଥାନ କରାଯିବା ବୋଲି ସୁକୁମା ଏସପି ସୂଚନା ଦେଇଛନ୍ତି ।