ଭୁବନେଶ୍ୱର,୨୦/୦୩: ରାସନ୍‌  କାର୍ଡ ଫେରାଇଲେଣି ୨୩୧୩୮ ଅଯୋଗ୍ୟ  ହିତାଧିକାରୀ । ତେବେ ରାସନ କାର୍ଡ  ଫେରାଇଥିବା ପରିବାରର ସଦସ୍ୟ ସଂଖ୍ୟା  ୮୭୮୪୪ । ସେହିପରି ରାଜ୍ୟରେ ୪ ଲକ୍ଷ ୮  ହଜାର ୧୦୭ ଭୂତ କାର୍ଡକୁ ବାଦ୍‌ ଦିଆଯାଇଛି ।  ମୃତ୍ୟୁ ପରେ ବି ଏହି ଲୋକମାନଙ୍କ ନାମରେ  ରାସନ୍‌ ସାମଗ୍ରୀ ନିଆଯାଉଥିଲା । ଯାହାକୁ ଏବେ  ଚିହ୍ନଟ କରାଯାଇଛି । ତେବେ ଖାଦ୍ୟ ସୁରକ୍ଷା ଯୋଜନାରେ ୯୭ ଲକ୍ଷ ୫୫ ହଜାର ୪୪୨  କାର୍ଡରେ ୩ କୋଟି ୩୦ ଲକ୍ଷ ୨୮ ହଜାର ୮୮୦  ହିତାଧିକାରୀ ରହିଥିବା କଂଗ୍ରେସ ବିଧାୟିକା  ସୋଫିଆ ଫିରଦୋସଙ୍କ ପ୍ରଶ୍ନରେ ଯୋଗାଣ  ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି।