ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
  • ||
  • ଭଦ୍ରକ : ସାଲାଇନ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼, ଜଣେ ଅଟକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ଅମିନ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ଦ୍ୱାରାଶୁଣି ଘାଟିରେ ଖସିଲା ପିଆଜ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • କଟକ: ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ଏବେ ରେଜଲ୍ଟକୁ ଅପେକ୍ଷା
  • ||
  • ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ, ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
  • ||
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ୟୁକ୍ରେନରେ ୨୪ ଜଣ ସାଧାରଣ ଲୋକଙ୍କୁ ହତ୍ୟାକଲେ ଋଷ ସୈନ୍ୟ, ଗର୍ଭବତୀ ଏବଂ ୧୩ ଶିଶୁଙ୍କୁ ବି ଛାଡିଲେନି

ନୂଆଦିଲ୍ଲୀ ୦୨/ ୧୦: ୟୁକ୍ରେନ ଉପରେ ଘନଘନ ଆକ୍ରମଣ ଜାରି ରଖିଛି ଋଷ । ଗତ ୭ ମାସରୁ ଉର୍ଦ୍ଧ୍ବ ଦିନ ହେଲା ୟୁକ୍ରେନର ବିଭିନ୍ନ ସ୍ଥାନରେ ଏବେ ବି ଆକ୍ରମଣ କରୁଛନ୍ତି ଋଷ ସେନା । ଶନିବାର ପୁଣି ଏକ ସାଂଘାତିକ ଅଭିଯୋଗ ଆଣିଛି ୟୁକ୍ରେନ । ଋଷ ସେନାର ଗୁଳିମାଡରେ ୨୪ ଜଣ ସାଧାରଣ ଜନତାଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ଛୋଟ ଶିଶୁ ମଧ୍ୟ ରହିଥିବା ଦାବି କରିଛି ୟୁକ୍ରେନ। କୁପିଆଂସ୍କ ରାସ୍ତାରେ ଯାଉଥିବା ବେଳେ ଗାଡିଉପରକୁ ହିଁ ଆକ୍ରମଣ କରିଥିଲେ ଋଷ ସେନା ।

ୟୁକ୍ରେନ ସେନା ପକ୍ଷରୁ କୁହାଯାଇଛି ଯେ, ଗତ ଶୁକ୍ରବାର ଦିନ କ୍ୟାରିଲିଭକା ନିକଟରେ କିଛି ଋଷୀୟ ସୈନ୍ୟ ସାଧା ପୋଷାକରେ ଗାଡିରେ ଯାଉଥିବା ଦେଖିବାକୁ ମିଳିଥିଲା । ଗାଡିରେ ବିପୁଳ ପରିମାଣର ବନ୍ଧୁକ ଥିବା ଦେଖି ସନ୍ଦେହ ହୋଇଥିଲା ଏବଂ ପରେ ଜଣାପଡିଥିଲା ଯେ ସେମାନେ ଋଷୀୟ ସୈନ୍ୟ ।

ଖାରକିଭ୍‌ର ରିଜୋନାଲ୍‌ ଗଭର୍ଣ୍ଣର ଓଲେଗ୍‌ ସାଇନୁବୋଭ କହିଛନ୍ତି, 'ଋଷ ସେନାର ଅନ୍ଧାଧୂନ ଗୁଳିମାଡରେ ୨୪ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଥିବାବେଳେ ୧୩ ଜଣ ଶିଶୁଙ୍କୀ ଜୀବନ ଯାଇଛି । ସାଧାରଣ ଜନତାଙ୍କୁ ଜାଣିଶୁଣି ଅତି ନିକଟରୁ ଗୁଳିକରି ନିର୍ମମ ଭାବେ ହତ୍ୟା କରାଯାଇଛି'।

ମୃତକଙ୍କୁ ସ୍ଥାନନ୍ତରଣ କରାଯାଉଥିବା ବେଳେ ଆକ୍ରମଣ କରାଯାଇଥିବା ୟୁକ୍ରେନ ଅଭିଯୋଗ କରିଛି । ଏହା ସହିତ ଦୁଇଟି ଯାକ ଗାଡିକୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଜାଳିଦେଇଛନ୍ତି ଋଷୀୟ ସୈନ୍ୟ । କ୍ରୁର ଋଷୀୟ ସୈନ୍ୟ ଗର୍ଭବତୀ ଏବଂ ଛୋଟ ଛୋଟ ଶିଶୁଙ୍କୁ ମଧ୍ୟ ଛାଡିନାହାନ୍ତି । ୟୁକ୍ରେନର ଅଧିକାରୀ । ଏ ନେଇ ତଦନ୍ତ ଆରମ୍ଭ କରିଥିବା ବେଳେ ଋଷକୁ କଡା ନିନ୍ଦା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.