ପ୍ରମୂଖ ଖବର
  • ପଶ୍ଚିମବଙ୍ଗ ଅଶାନ୍ତ ! ଗତ ୨୪ ଘଣ୍ଟାରେ ଦୁଇ ଜଣ ଟିଏମସି ନେତାଙ୍କୁ ହତ୍ୟା
  • ||
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ୯ ଶ୍ରମିକ ନିଖୋଜ, ରେର୍ଡ ଆଲର୍ଟ ପରେ ସ୍କୁଲ କଲେଜ ବନ୍ଦ

Published By : Ankita S | June 30, 2025 9:52 AM

ଡେରାଡୁନ୍,୩୦/୦୬: ଦେବଭୂମି ଉତ୍ତରାଖଣ୍ଡ ଓ ହିମାଚଳରେ ପ୍ରକୃତି କୋପ ଦେଖିବାକୁ ମିଳିଛି । ଯୁଆଡ଼େ ଚାହିଁଲେ ଖାଲି ପାଣି ଆଉ ପାଣି । ପ୍ରବଳ ବର୍ଷାରୁ ଲୋକ ହନ୍ତସନ୍ତ ହେଉଛନ୍ତି । ରାସ୍ତାଘାଟ ବନ୍ଦ ଜଳବନ୍ଦୀ ସ୍ଥିତି । ଭୂସ୍ଖଳନ ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆଜି ପାଇଁ (ସୋମବାର) ପାଇଁ ଉତ୍ତରାଖଣ୍ଡ ନିମନ୍ତେ ରେଡ୍ ଆଲର୍ଟ ଜାରି ହୋଇଛି । କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ଓ ବଜ୍ରପାତ ହେବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଫଳରେ ସମସ୍ତ ସ୍କୁଲ କଲେଜ ବନ୍ଦ ରହିଛି । ସେପଟେ ୨୪ ଘଣ୍ଟିଆ ତୀର୍ଥଯାତ୍ରାରେ ବ୍ରେକ୍ ଲାଗିଥିଲା । ଏବେ ତାହାକୁ ହଟାଇ ଦିଆଯାଇଛି ।

ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍‌- ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡର ଚାରିଧାମ ଯାତ୍ରାକୁ ଗୋଟିଏ ଦିନ ପାଇଁ ସ୍ଥଗିତ ରଖାଯାଇଥିଲା ।  ହେଲେ ଏହି ୨୪ ଘଣ୍ଟିଆ ବ୍ରେକ୍‌କୁ ହଟାଇ ଦିଆଯାଇଛି । ଗଡ଼ୱାଲ ଡିଭିଜନାଲ କମିଶନର ବିନୟ ଶଙ୍କର ପାଣ୍ଡେ କହିଛନ୍ତି ଯେ, ଚାରିଧାମ ଯାତ୍ରା ଉପରେ ୨୪ ଘଣ୍ଟାର ପ୍ରତିବନ୍ଧକ ହଟାଇ ଦିଆଯାଇଛି । କମିଶନର କହିଛନ୍ତି ଯେ ଯାତ୍ରା ମାର୍ଗରେ ଥିବା ଜିଲ୍ଲାଗୁଡ଼ିକର ସମ୍ପୃକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଜିଲ୍ଲାର ପାଗ ପରିସ୍ଥିତି ଉପରେ ନଜର ରଖି ଯାନବାହନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

୯ ଶ୍ରମିକ ନଖୋଜ,ଉଦ୍ଧାରକାର୍ଯ୍ୟ ଜାରି- ଉତ୍ତରାଶୀ ଜିଲ୍ଲା ବର୍ଷା ବିପତ୍ତି ଦେଖିବାକୁ ମିଳିଛି । ଯମୁନୋତ୍ରୀ ଜାତୀୟ ରାଜପଥର ସିଲାଇ ଅଞ୍ଚଳରେ ଏକ ନିର୍ମାଣାଧୀନ ହୋଟେଲ ନିକଟରେ ୧୯ ଜଣ ଶ୍ରମିକ ରହୁଥିବା ବେଳେ ସେମାନଙ୍କ କ୍ୟାମ୍ପକୁ ବାଦଲଫଟା ବର୍ଷା ଧୋଇ ନେଇଥିଲା । ୧୦ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୯ ଜଣ ନିଖୋଜ ଅଛନ୍ତି । ଜିଲ୍ଲା ପ୍ରଶାସନ ଅନୁଯାୟୀ ଏସଡିଆରଏଫ,ଏନଡିଆରଏଫ, ରାଜସ୍ୱ ବିଭାଗ ଓ ପୁଲିସ ଟିମ୍‌ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଅଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.