ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

୨୫% ଓଡ଼ିଆଙ୍କୁ ଫୋନ୍‌ ସ୍ୱପ୍ନ

ଭୁବନେଶ୍ୱର,୨୩ା୭(ବ୍ୟୁରୋ): ଗତ ବର୍ଷକ ମଧ୍ୟରେ ଓଡ଼ିଶାରେ ମୋବାଇଲ ଗ୍ରାହକ ସଂଖ୍ୟା ୧୧ ଲକ୍ଷ ୧୦ ହଜାର ବଢ଼ିଛି । ତଥାପି ୨୫ ଭାଗ ଓଡ଼ିଆ ଏବେ ବି ଟେଲିଫୋନ୍‌ ସେବାଠୁ ବହୁ ଦୂରରେ । ସେମାନଙ୍କ ପାଖରେ ନା ଅଛି ମୋବାଇଲ ଅଥବା ଲ୍ୟାଣ୍ଡଲାଇନ୍‌ । ଟେଲିକମ୍‌ ନିୟାମକ ‘ଟ୍ରାଇ’ ନିଜର ସଦ୍ୟତମ ରିପୋର୍ଟରେ ଏମିତି ତଥ୍ୟ ଦେଇଛି ।

ଭାରତୀୟ ଟେଲିକମ୍‌ ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ଲ୍ୟାଣ୍ଡଲାଇନ୍‌ ସଂଯୋଗ ସଂଖ୍ୟା ଓ ମୋବାଇଲ ସିମ୍‌ ସଂଖ୍ୟା ଆଧାରରେ ଏହି ତଥ୍ୟ ପ୍ରକାଶିତ ହୋଇଛି । କିନ୍ତୁ ଜଣେ ଜଣେ ଗ୍ରାହକଙ୍କ ନିକଟରେ ଏକାଧିକ ସିମ୍‌ ମଧ୍ୟ ରହିଛି । ଯଦି ବାସ୍ତବ ଗ୍ରାହକ ସଂଖ୍ୟା ହିସାବ କରାଯାଏ, ତେବେ ଓଡ଼ିଶାର ଟେଲି ସାନ୍ଦ୍ରତା ଆହୁରି କମିଯିବ ବୋଲି ଆକଳନ କରାଯାଉଛି ।

{"id":29274,"width":683,"height":512}

ଟ୍ରାଇ ରିପୋର୍ଟ ମୁତାବକ, ବର୍ଷକ ମଧ୍ୟରେ ଓଡ଼ିଶାର ଟେଲି ସାନ୍ଦ୍ରତା ପ୍ରାୟ ୨% ବଢ଼ିଛି । ୨୦୧୮ ମେ’ରେ ରାଜ୍ୟର ଟେଲି ସାନ୍ଦ୍ରତା ଥିଲା ୭୩.୩୩% । ଏହା ଅର୍ଥ ଗତବର୍ଷ ରାଜ୍ୟର ପ୍ରତି ଶହେ ଲୋକଙ୍କ ମଧ୍ୟରୁ ୭୩.୩୩ ଭାଗଙ୍କ ପାଖରେ ମୋବାଇଲ ବା ଲ୍ୟାଣ୍ଡଲାଇନ୍‌ ସେବା ରହିଥିଲା । ୨୦୧୯ ମେ’ରେ ଏହା ୭୫.୨୭%କୁ ବଢ଼ିଛି, ଅର୍ଥାତ ପ୍ରତି ଶହେ ଲୋକଙ୍କ ମଧ୍ୟରେ ୭୫.୨୭%ଙ୍କ ପାଖରେ ଟେଲିଫୋନ୍‌ ସେବା ପହଞ୍ଚିଛି । ବଳକା ୨୪.୭୩% ଲୋକଙ୍କ ପାଖରେ ଏବେ ବି ଟେଲିଫୋନ୍‌ ସେବା ଅପହଞ୍ଚ ।
ରିପୋର୍ଟ କହୁଛି, ୨୦୧୮ ମେ’ ୩୧ ସୁଦ୍ଧା ଓଡ଼ିଶାର ମୋଟ ୱେରଲେସ୍‌ ବା ମୋବାଇଲ ଉପଭୋକ୍ତାଙ୍କ ସଂଖ୍ୟା ୩ କୋଟି ୧୪ ଲକ୍ଷ ୧୯ହଜାର ୮୮୭ ଥିଲା । ତେବେ ଚଳିତ ବର୍ଷ ମେ’ ୩୧ ମଧ୍ୟରେ ଏହି ସଂଖ୍ୟା ୧୧ ଲକ୍ଷ ୧୦ ହଜାର ୮୩୬ ବଢ଼ିଯାଇଛି । ମୋବାଇଲ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୨୫ ଲକ୍ଷ ୩୦ ହଜାର ୭୨୩ ଛୁଇଁଛି ।

ଅପରପକ୍ଷରେ ଏ ଅବଧିରେ ଓଡ଼ିଶାରେ ୱେରଲାଇନ୍‌ ବା ଲ୍ୟାଣ୍ଡଲାଇନ ଟେଲିଫୋନ ଗ୍ରାହକଙ୍କ ସଂଖ୍ୟା ୩୭,୧୭୧ ଖସିଛି । ଗତବର୍ଷ ମେ’ରେ ରାଜ୍ୟରେ ୨ ଲକ୍ଷ ୬୮ ହଜାର ୪୦୪ ଜଣ ଲ୍ୟାଣ୍ଡଲାଇନ୍‌ ଗ୍ରାହକ ଥିଲେ । ୨୦୧୯ ମେ’ ସୁଦ୍ଧା ଏହି ସଂଖ୍ୟା ୨ ଲକ୍ଷ ୩୧ ହଜାର ୨୩୩କୁ ଖସିଆସିଛି ।
ଟ୍ରାଇ ରିପୋର୍ଟ ବିଶ୍ଳେଷଣରୁ ଜଣାପଡ଼ିଛି, ୨୦୧୮ ମେ’ରୁ ୨୦୧୯ ମେ’ ରିଲାଏନ୍ସ ଜିଓ ଓ ବିଏସ୍‌ଏନ୍‌ଏଲ୍‌କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଟେଲିକମ୍‌ କମ୍ପାନିର ଗ୍ରାହକ ସଂଖ୍ୟା କମିଛି । ଏହି ବର୍ଷକ ମଧ୍ୟରେ ରିଲାଏନ୍ସ ଜିଓର ଗ୍ରାହକ ସଂଖ୍ୟା ସର୍ବାଧିକ ୭୦.୩୮% ବା ୪୦,୪୭,୮୦୬ ଜଣ ବଢ଼ିଛନ୍ତି । ୨୦୧୮ ମେ’ରେ ରିଲାଏନ୍ସ ଜିଓର ଉପଭୋକ୍ତା ସଂଖ୍ୟା ୫୭,୫୦,୫୮୮ ଥିଲା ବେଳେ ଚଳିତ ମେ’ରେ ଏହା ୯୭,୯୮,୩୯୪ ହୋଇଛି । ସେହିଭଳି ରାଷ୍ଟ୍ରାୟତ୍ତ ବିଏସ୍‌ଏନ୍‌ଏଲ୍‌ର ଗ୍ରାହକ ସଂଖ୍ୟା ୨୦୧୮ ମେ’ର ୫୪,୯୨,୦୦୫ ତୁଳନାରେ ୨୪.୬୫% ବା ୨,୫୫,୮୩୬ ଜଣ ବଢ଼ି ୫୭,୪୭,୮୪୩ ହୋଇଛି ।

ଅପରପକ୍ଷରେ ଗତ ବର୍ଷକ ମଧ୍ୟରେ ଭୋଡାଫୋନ୍‌ ଆଇଡିଆର ଗ୍ରାହକ ସଂଖ୍ୟା ୨୯.୮୭% ବା ୧୯,୮୩,୫୯୧ ଜଣ କମିଛନ୍ତି । ୨୦୧୮ ମେ’ରେ ଆଇଡିଆ ଓ ଭୋଡାଫୋନର ମିଳିତ ଗ୍ରାହକ ସଂଖ୍ୟା ୬୬,୩୯,୨୦୨ ଥିଲା । କିନ୍ତୁ ୨୦୧୯ ମେ’ରେ ଉଭୟ କମ୍ପାନିର ସମ୍ମିଶ୍ରଣ ପରେ ଗଠନ ହୋଇଥିବା ଭୋଡାଫୋନ ଆଇଡିଆର ଗ୍ରାହକ ସଂଖ୍ୟା ୪୬,୫୫,୬୧୧କୁ ଖସିଆସିଛି । ସେହିଭଳି ରାଜ୍ୟର ଏକ ନମ୍ବର ଟେଲିକମ୍‌ କମ୍ପାନି ଭାରତୀ ଏୟାରଟେଲର ଗ୍ରାହକ ସଂଖ୍ୟା ଏ ଅବଧିରେ ୬,୦୮,୧୪୩ କମି ୧,୨୦,୫୪,୬୮୪ରେ ପହଞ୍ଚିଛି । ୨୦୧୮ ମେ’ରେ ଏହା ୧,୨୬,୬୨,୮୨୭ ଥିଲା ।
ରାଜ୍ୟ ସରକାରଙ୍କ ସର୍ଭେ ମୁତାବକ, ୨୦୧୬-୧୭ରେ ୧୧,୦୦୦ ଗ୍ରାମରେ କୌଣସି ପ୍ରକାର ଟେଲିଫୋନ୍‌ ସଂଯୋଗ ନାହିଁ । ସେଥିମଧ୍ୟରୁ ୧୦,୦୦୦ ଗ୍ରାମ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଅବସ୍ଥିତ । ଏସବୁ ଅଞ୍ଚଳରେ ମୋବାଇଲ୍‌ ଟାୱାର ସ୍ଥାପନ କରି ଟେଲିଫୋନ୍‌ ସେବା ଯୋଗାଣ ପାଇଁ ରାଜ୍ୟ ସରକାର କାର୍ଯ୍ୟପନ୍ଥା ଗ୍ରହଣ କରୁଥିବା ଜଣାପଡ଼ିଛି ।

Copyright © 2022 - Summa Real Media Private Limited. All Rights Reserved.