PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ରାଜଧାନୀରେ ନିର୍ମାଣ ହେବ ଆଉ ୨୫ ଭେଣ୍ଡିଂ ଜୋନ୍‌, ଥଇଥାନ ହେବ ଉଠାଦୋକାନୀ

ଭୁବନେଶ୍ୱର,୦୯/୦୮: ବିଏମ୍‌ସିରେ ଆଉ ୨୫ ଭେଣ୍ଡିଂ ଜୋନ୍‌ ନିର୍ମାଣ ହେବ । ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ଯୋଜନା (ମୁକ୍ତା)ରେ ଏହା ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରକଳ୍ପକୁ ଅନୁମୋଦନ ମିଳିଲେ କାର୍ଯ୍ୟ ଆରମ୍ଭ ହେବ ।

ରାଜଧାନୀରେ ବର୍ତ୍ତମାନ ୨୫ ହଜାର ଉଠାଦୋକନୀ ରହିଛନ୍ତି । ଏହି ଉଠାଦୋକାନୀମାନଙ୍କୁ ଥଇଥାନ କରିବାକୁ ସହରରେ ନୂଆ ଭେଣ୍ଡିଂ ଜୋନ ପ୍ରତିଷ୍ଠା କରି ସେମାନଙ୍କୁ ଆବଣ୍ଟନ କରାଯିବ । ବର୍ତ୍ତମାନ ସୁଦ୍ଧା ସହରରେ ୩୪ଟି ଭେଣ୍ଡିଂ ଜୋନ ରହିଛି । ଏହାଦ୍ୱାରା ବିଏମ୍‌ସି ରାଜସ୍ୱ ମଧ୍ୟ ବୃଦ୍ଧି ପାଇବ । ରାଜଧାନୀରେ ବର୍ତ୍ତମାନ ୮ଟି ହାଟ ରହିଛି । ଏହି ସବୁ ହାଟରେ ଉନ୍ନତୀକରଣ କରାଯିବ ।