PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି : ସୁକ୍ଷାବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ, ୪ ହାର୍ଡକୋର ମାଓବାଦୀ ନିହତ
  • ||
  • ସମ୍ଵଲପୁର : ମୌର୍ଯ୍ୟ ରେସିଡେନ୍ସରୁ ଚୋରି ଅଭିଯୋଗ, ସିସିଟିଭି ତାଡ଼ି ନେଇଗଲେ ଲୁଟେରା
  • ||
  • ଭୁବନ : ଚୋରା କୋଇଲା ବୋଝେଇ ୪୦୭ ଜବତ, ଡ୍ରାଇଭର୍ ଓ ହେଲପର ଗିରଫ
  • ||
  • କେନ୍ଦୁଝର : କେନ୍ଦୁଝର ରାଜ ଉଆସରୁ ୨ଟି ବିରାଟକାୟ ଅଜଗର ସାପ ଉଦ୍ଧାର
  • ||

ଏହି ବ୍ୟାଙ୍କ ଖାତାକୁ ଆସୁଛି ୨୫ ହଜାର ଟଙ୍କା, ତୁରନ୍ତ ଚେକ୍ କରନ୍ତୁ ଆପଣଙ୍କ ଆକାଉଣ୍ଟ

source:m.dailyhunt.in

ନୁଆଦିଲ୍ଲୀ ୨୭/୧: ଏବେ ସମସ୍ତଙ୍କ ପାଖରେ ବ୍ୟାଙ୍କ ଖାତା ଅଛି, କିଛି ଲୋକଙ୍କ ପାଖରେ ଏକାଧିକ ବ୍ୟାଙ୍କ ଖାତା ମଧ୍ୟ ରହିଛି । ନିକଟରେ ଜୟପୁର ଓ ପଶ୍ଚିମବଙ୍ଗରେ ଏକ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଲୋକଙ୍କ ଖାତାକୁ ଅଚାନକ କିଛି ଟଙ୍କା ଜମା ହୋଇଯାଇଛି । ସୂଚନା ଅନୁସାରେ ଖାତାଧାରୀଙ୍କୁ ଏହି ସମ୍ପର୍କରେ କିଛି ମଧ୍ୟ ଜଣାନାହିଁ ଯେ ଏହି ପଇସା କେଉଁଠୁ ଆସିଲା । ଲୋକମାନେ ଆକାଉଣ୍ଟକୁ ପଇସା ଆସିବା କଥା ମେସେଜ ପାଇବା ପରେ ସମସ୍ତେ ବ୍ୟାଙ୍କ ଦୌଡିବାରେ ଲାଗିଲେ । ସେମାନଙ୍କ ମଧ୍ୟରେ କିଛି ଏମିତି ବି ଲୋକ ଅଛନ୍ତି ଯେଉଁମାନଙ୍କ ଆକାଉଣ୍ଟକୁ ୨ଥର ପଇସା ଡିପୋଜିଟ୍ ହୋଇଛି । ସେମାନଙ୍କ କହିବା ଅନୁସାରେ କାହାର ୧୦ ହଜାର ତ ଆଉ କାହାର ୨୫ ହଜାର ଟଙ୍କା ଡିପୋଜିଟ୍ ହୋଇଛି ।

ଏହି ବ୍ୟାଙ୍କ ଖାତାକୁ ଆସିଛି ୨୫ ହଜାର ଟଙ୍କା
ସୂଚନା ଅନୁସାରେ ଯେଉଁମାନଙ୍କ ଖାତା ୟୁକୋ ବ୍ୟାଙ୍କ, ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଏସବିଆଇରେ ଅଛି ସେମାନଙ୍କ ଖାତାରେ ଟଙ୍କା ଜମା ହେଉଛି । ବ୍ୟାଙ୍କ ମ୍ୟାନେଜରଙ୍କ ସୂଚନା ଅନୁସାରେ ଏହି ଟଙ୍କା ଏନଇଏଫଟି ମାଧ୍ୟମରେ ଜମା କରାଯାଇଛି । ତେବେ ଲୋକଙ୍କ ଆକାଉଣ୍ଟକୁ ଅଚାନକ ପଇସା ଆସିଯିବା ଫଳରେ ବ୍ୟାଙ୍କମାନଙ୍କରେ ଭିଡ ଲାଗିଯାଇଥିଲା । କିଛି ଗ୍ରାମବାସୀ ଭାବୁଛନ୍ତି ଯେ ସରକାର ଏହି ପଇସା ଦେଇଛନ୍ତି । ତେବେ ଏହାର ଯାଞ୍ଚ ଚାଲିଛି ।

ସମ୍ବନ୍ଧିତ ଖବର