ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ଶୁଦ୍ଧକ୍ରିୟା ଭୋଜି ଖାଇ ୨୫୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ

କେନ୍ଦୁଝର/ବାଂଶପାଳ,୨ା୨(ଆପ୍ର): ଶୁଦ୍ଧକ୍ରିୟା ଭୋଜି ଖାଇ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଅନ୍ତର୍ଗତ ଟୋଲଡିହି ଗ୍ରାମରେ ୨୫୦ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହି ଗ୍ରାମର ପିତାମ୍ବର ଖଟେଇଙ୍କ ମା’ ବେଲଙ୍କ ଶୁଦ୍ଧକ୍ର୍ରିୟାରେ ବନ୍ଧୁବାନ୍ଧବ ଓ ସାଇପଡିଶା ଯୋଗ ଦେଇଥିଲେ । ଏକାଦଶାହ ଭୋଜିରେ ଭାତ, ପନିର, ଡାଲି, ତରକାରୀ, ଖଟା ହୋଇଥିବାବେଳେ ବାଂଶପାଳରୁ ଟ୍ୟାଙ୍କର ଯୋଗେ ପାନୀୟ ଜଳା ବ୍ୟବସ୍ଥା ହୋଇଥିଲା । ତେବେ ବାସି ଖାଦ୍ୟ ଏବଂ ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଭୋଜି ଖାଇଥିବା ଲୋକାମାନେ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି ।
କୌଣସି କାରଣରୁ ଖାଦ ବିଷାକ୍ତ ଯୋଗୁ ଭୋଜିରେ ଯୋଗ ଦେଇଥିବା ୨୫୦ ଜଣ ଝାଡାବାନ୍ତିରେ ଶନିବାର ରାତିଠାରୁ ଆକ୍ରାନ୍ତ ହୋଇଥିଲେ । ଜଣଙ୍କ ପରେ ଜଣେ ଝାଡାବାନ୍ତିରେ ଶିକାର ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଲୋକେ ପ୍ରାଣବିକଳରେ ଡାକ୍ତରଖାନା ଯିବା ପାଇଁ ବ୍ୟଗ୍ର ହୋଇପଡିଥିଲେ । ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଯୋଗୁ ରବିବାର ଗୋଟିଏ ମଧ୍ୟ ଜରୁରୀକାଳୀନ ଗାଡି ମିଳିନଥିଲା । ଫଳରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ସେମାନଙ୍କୁ ବାଂଶପାଳ ଡାକ୍ତରଖାନାକୁ ରବିବାର ଅଣାଯାଇଥିଲା । ସେଥିମଧ୍ୟରୁ ଡମ୍ବରୁ କାର୍ଯୀ, କଣ୍ଟେନି କାର୍ଯୀ, ତେଲି ଦେହୁରୀ, ଚଇତି ବେହେରାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ୧୫ରୁ ଅଧିକ ଶିଶୁ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଡାକ୍ତରଙ୍କ ପ୍ରାଥମିକ ଚିକିତ୍ସା ପରେ ପରିସ୍ଥିତି ନିୟନ୍ତ୍ରଣ ଥିବା ଜଣାପଡିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି । ଖବରପାଇ କେନ୍ଦୁଝରରୁ ଏକ ମେଡିକାଲ ଟିମ୍‌ ବାଂଶପାଳ ପଠାଯିବ ବୋଲି ସିଡିଏମଓ କହିଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.