କେନ୍ଦୁଝର ସଦର,୨୪/୧୨ : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ହାଣ୍ଡିଭଙ୍ଗା ପଞ୍ଚାୟତ କାଠବାଂଉଁଶୂଳି ନେତାଜୀ ୟୁଥ୍ ଆସୋସିଏସନ୍ ଆନୁକୁଲ୍ୟରେ ୨୫ତମ ଅଲ୍ ଇଣ୍ଡିଆ ପ୍ରିମିୟମ ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରୌପ୍ୟ ଜୟନ୍ତୀର ଚତୁର୍ଥ ଦିବସର ପ୍ରଥମ ମ୍ୟାଚ୍ ପାଟଣା ଏବଂ ଯୋଡ଼ା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଡ଼ା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ଓଭର ଖେଳରେ ୧୦ .୩ଓଭର ଖେଳି ସମସ୍ତ ୱିକେଟ୍ ହରାଇ ୧୦୬ରନ ବିଜୟ ଲକ୍ଷ ଧାର୍ଯ୍ୟ କରିଥିଲା ।
ଜବାବରେ ବିପକ୍ଷ ଦଳ ପାଟଣା ୧୦. ୩ଓଭରରେ ୪ୱିକେଟ୍ ହରାଇ ୧୦୭ରନ ସହ ୫ୱିକେଟରେ ବିଜୟ ହୋଇଛି। ବିଜୟ ଦଳ ପକ୍ଷରୁ ଅନୁଜ ଓରାଓଁ ୩ଓଭର ବୋଲିଂ କରି ୨୧ରନ ଦେଇ ୬ଟି ୱିକେଟ୍ ଅକ୍ତିଆର କରିଥିବାରୁ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତ୍ରିଲୋଚନ ମୁଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କୃତ କରିଛନ୍ତି । ସେହିପରି ଦ୍ବିତୀୟ ରାଉଣ୍ଡ ମ୍ୟାଚ ପାଟଣା ଏବଂ କେନ୍ଦ୍ରାପଡ଼ା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରାପଡା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ଓଭରରେ ୭ୱିକେଟ୍ ହରାଇ ୧୬୩ରନ କରିଥିଲା। ବିପକ୍ଷ ଦଳ ପାଟଣା ୧୬୪ରନର ବିଜୟ ଲକ୍ଷକୁ ପିଛା କରି ୧୧.୫ଓଭରରେ ୫ୱିକେଟରେ ୧୬୪ରନ କରି ୫ ୱିକେଟରେ ବିଜୟ ସହ ସେମିଫାଇନାଲକୁ ପ୍ରବେଶ କରିଛି ।
ବିଜୟୀ ଦଳ ପକ୍ଷରୁ ଅମର ସାମନ୍ତ ୧୫ବଲରେ ୫ଛକା ଏବଂ ୨ଟି ଚୌକା ବଳରେ ୪୨ରନ କରି ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ଯୁବ ସମାଜସେବୀ କରୁଣାକର ମାଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କୃତ କରିଛନ୍ତି । ନେତାଜୀ ୟୁଥ୍ ଆସୋସିଏସନ୍ ସଭାପତି ଜଗନ୍ନାଥ ମୋଦିଙ୍କ ନେତୃତ୍ଵରେ ଖେଳ ପ୍ରଦର୍ଶନ ଜାରୀ ରହିଛି ।