PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ମୁମ୍ବାଇରେ ୫ ବର୍ଷରେ ଭୁଶୁଡିଛି ୨୭୦୪ ବିଲ୍ଡିଂ, ଗଲାଣି ୨୩୪ ଜୀବନ

ମୁମ୍ବାଇ ୧୬/୭: ମୁମ୍ବାଇକୁ ଭାରତର ସବୁଠାରୁ ସୁରକ୍ଷିତ ସହର କୁହାଯାଏ । କିନ୍ତୁ ଗତ ସାଢେ ୫ ବର୍ଷରେ ମୁମ୍ବାଇ ସହରରେ ମୋଟ ୨୭୦୪ ବିଲ୍ଡିଂ ଭୁଶୁଡିବା ଭଳି ଘଟଣା ସାମ୍ନାକୁ ଆସିଛି । ଏଥିରେ ସମୁଦାୟ ୨୩୪ ଲୋକଙ୍କ ମୃତ୍ଯୁ ହେବା ସହ ୮୪୦ ଜଣ ଆହତ ହୋଇଥିବା ମୁମ୍ବାଇର ମହାନଗରପାଳିକାରୁ ରିପୋର୍ଟ ମିଳିଛି । ଏହି ରିପୋର୍ଟରେ ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ ମୁମ୍ବାଇରେ କେତେ ଅଟ୍ଟାଳିକା ଭୁଶୁଡିଛି, ଏଥିରେ କେତେଜଣ ପ୍ରାଣ ହରାଇଛନ୍ତି ଏବଂ ଆହତ ହୋଇଛନ୍ତି ସେହି ରିପୋର୍ଟ ରହିଛି ।

ପ୍ରତିବର୍ଷ କେତେ ଘଟୁଛି ଏହି ଘଟଣା
୨୦୧୩ରେ ସମୁଦାୟ ୫୩୧ ବିଲ୍ଡିଂ ଭୁଶୁଡିବା ଫଳରେ ୧୦୧ ଜଣଙ୍କ ମୃତ୍ଯୁ ହୋଇଥିଲା । ଏଥିରେ ୫୮ ପୁରୁଷ ଓ ୪୩ ମହିଳା ସାମିଲ ଥିଲେ । ଅନ୍ଯପଟେ ସମୁଦାୟ ୧୮୩ ଜଣ ଆହତ ହୋଇଥିଲେ, ଯେଉଁଥିରେ ୧୧୦ ପୁରୁଷ ଓ ୭୩ ମହିଳା ସାମିଲ ଥିଲେ । ୨୦୧୪ରେ ସମୁଦାୟ ୩୪୩ ବିଲ୍ଡିଂ ଭୁଶୁଡିବା ଫଳରେ ୨୧ ଜଣଙ୍କ ମୃତ୍ଯୁ ହୋଇଥିଲା । ଏଥିରେ ୧୭ ପୁରୁଷ ଓ ୪ ମହିଳା ଥିଲେ । ଏବଂ ସମୁଦାୟ ୧୦୦ ଜଣ ଆହତ ହୋଇଥିଲେ ଯେଉଁଥିରେ ୬୨ ପୁରୁଷ ଓ ୩୮ ମହିଳା ଥିଲେ ।

୨୦୧୫ରେ ସମୁଦାୟ ୪୧୭ ବିଲ୍ଡିଂ ଭୁଶୁଡିବା ଫଳରେ ଦୁର୍ଘଟଣାରେ ସମୁଦାୟ ୧୫ ଜଣଙ୍କ ମୃତ୍ଯୁ ହୋଇଥିଲା । ଏଥିରେ ୧୧ ପୁରୁଷ ଓ ୪ ମହିଳା ସାମିଲ ଥିଲେ । ୧୨୦ ଜଣ ଆହତ ହୋଇଥିଲା । ଆହତଙ୍କ ମଧ୍ୟରେ ୭୯ ପୁରୁଷ ଓ ୪୧ ମହିଳା ସାମିଲ ଥିଲେ । ଅନ୍ୟପଟେ ୨୦୧୬ରେ ସମୁଦାୟ ୪୮୬ ବିଲ୍ଡିଂ ଭୁଶୁଡିଥିଲା । ଏଥିରେ ୧୭ ପୁରୁଷ ଓ ୭ ମହିଳାଙ୍କ ମୃତ୍ଯୁ ହୋଇଥିଲା ଏବଂ ସମୁଦାୟ ୧୭୧ ଜଣ ଆହତ ହୋଇଥିଲେ । ୨୦୧୭ରେ ମୋଟ ୫୬୮ ବିଲ୍ଡିଂ ଭୁଶୁଡିଥିଲା ଯେଉଁଥିରେ ୬୬ ଜଣଙ୍କ ମୃତ୍ଯୁ ହୋଇଥିଲା ଏବଂ ୧୬୫ ଆହତ ହୋଇଥିଲେ । ଅନ୍ଯପଟେ ୨୦୧୮ରେ ୩୫୯ ବିଲ୍ଡିଂ ଭୁଶୁଡିବା ଫଳେ ୭ ଜଣଙ୍କ ମୃତ୍ଯୁ ହୋଇଥିଲା ।