ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଆସୁଛି ଭାରତର ପରବର୍ତ୍ତୀ ହାଇସ୍ପିଡ୍‌ ଟ୍ରେନ,ଘଣ୍ଟାକୁ ବେଗ ୨୮୦ କିମି

Published By : Anindita Ratha | November 28, 2024 10:12 AM

ନୂଆଦିଲ୍ଲୀ,୨୮/୧୧: ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅଧୀନରେ ତିଆରି ହୋଇଥିବା ବନ୍ଦେ ଭାରତ ଟ୍ରେନ୍‌ର ସଫଳତା ପରେ ଆସୁଛି ଆଉ ଏକ ହାଇସ୍ପିଡ୍‌ ଟ୍ରେନ୍ । ଯାହାର ଡିଜାଇନ୍ ଓ ଉତ୍ପାଦନ ଚେନ୍ନାଇରେ ହେବ। ଏଥିପାଇଁ ଇଣ୍ଟେଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି ଓ ବିଇଏମ୍ଏଲ୍‌ ମଧ୍ୟରେ ସ‌ହଯୋଗିତା ହୋଇଛି। ସେହି ହାଇସ୍ପିଡ୍‌ ଟ୍ରେନ୍ ଘଣ୍ଟା ପିଛା ୨୮୦ କିମି ବେଗରେ ଯାତ୍ରା କରିବ ବୋଲି ସଂସଦରେ ରେଳମନ୍ତ୍ରୀ ଅଶ୍ବିନୀ ବୈ‌ଷ୍ଣବ ସୂଚନା ଦେଇଛନ୍ତି। 

 ଲୋକସଭାକୁ ଏକ ଲିଖିତ ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମେକ୍‌ ଇନ୍‌ ଇଣ୍ଡିଆ ଅଭିଯାନ ଅଧୀନରେ ବନ୍ଦେ ଭାରତ ଟ୍ରେନ୍‌ର ସଫଳତା ପରେ ଭାରତୀୟ ରେଳ ଏବେ ହାଇସ୍ପିଡ୍‌ ଟ୍ରେନ୍‌ଗୁଡ଼ିକର ଡିଜାଇନ୍‌ ଏବଂ ନିର୍ମାଣ କାର୍ଯ୍ୟ ହାତକୁ ନେଇଛି ।  ଏରୋଡାଇନାମିକ୍ ଡିଜାଇନ୍‌ରେ ଟ୍ରେନ୍‌କୁ କରାଯିବ ପ୍ରସ୍ତୁତ । ତାହାର କାର୍‌ ବଡି ଏୟାରଟାଇଟ୍‌ ରହିଥିବା ବେଳେ କାର୍‌ ପିଛା ବିନିର୍ମାଣ ଖର୍ଚ୍ଚ ପାଖାପାଖି ୨୮ କୋଟି ଟଙ୍କା ରହିବ । ଅନ୍ୟାନ୍ୟ ଟ୍ରେନ୍‌ ସେଟ୍‌ଗୁଡ଼ିକ ତୁଳନାରେ ଏହା ବହୁ ମାତ୍ରାରେ କମ୍‌ । ଏହି ଟ୍ରେନ୍‌ଗୁଡ଼ିକରେ ସର୍ବୋତ୍ତମ ବୈଶିଷ୍ଟ୍ୟ ସହ ଚେୟାର୍‌ କାର୍‌ ରହିବ ।  ସିଲ୍‌ଡ ଗ୍ୟାଙ୍ଗ୍‌ୱେଜ୍‌, ଅଟୋମେଟିକ୍‌ ଡୋର୍‌, ଯାତ୍ରୀଙ୍କ ଆରାମ ପାଇଁ କମ୍ପାର୍ଟମେଣ୍ଟରେ ସର୍ବୋଚ୍ଚ କ୍ଲାଇମେଟ୍‌ କଣ୍ଡିସନ୍‌, ସିସିଟିଭି, ମୋବାଇଲ ଚାର୍ଜିଂ ସୁବିଧା, ଉତ୍ତମ ଆଲୋକ ବ୍ୟବସ୍ଥା ଏବଂ ଅଗ୍ନି ନିରାପତ୍ତା ଉପକରଣ ଆଦି ରହିବ ବୋଲି କେନ୍ଦ୍ରମନ୍ତ୍ରୀ  କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.