ନମୌଜା,୧୩।୧୧(ଆପ୍ର): ଆଳି ଥାନା ଅନ୍ତର୍ଗତ ଚଣ୍ଡିଆଗଡ଼ି ପଞ୍ଚାୟତ ବଇଦିମାଳ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଗ୍ରାମର ହେମନ୍ତ ଦଳାଇଙ୍କ ଘରେ ଅଚାନକ ନିଆଁ ଲାଗିଯାଇଥିଲା l ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ସହ ଆଳି ଦମକଳ ବାହୀନିଙ୍କୁ ଖବର ଦେଇଥିଲେ l ଦମକଳ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଥିଲେ।

ଘର ଭିତରେ ଥିବା ଧାନ, ଚାଉଳ, ଲୁଗାପଟା ସମେତ ନିତ୍ୟ ବ୍ୟବହାର ଆସବାବପତ୍ର ପୋଡ଼ି ଯାଇଥିଲା। ଆଳି ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଏହି ଅଗ୍ନିକାଣ୍ଡ ରେ ସର୍ବସ୍ବ ହରାଇ ହେମନ୍ତ ଭାଙ୍ଗିପଡିଥିବା ବେଳେ ସରକାରୀ ସାହାଯ୍ୟ ଯୋଗାଇ ଦେବାପାଇଁ ଗ୍ରାମବାସୀ ସରକାର ଓ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି l