PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

୧୮ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌, ୭୬.୯ ଲକ୍ଷ ଭୋଟର ହାତରେ ପ୍ରାର୍ଥୀଙ୍କ ଭାଗ୍ୟ

source:www.hindustantimes.com

ଭୁବନେଶ୍ୱର,୬ା୪(ବ୍ୟୁରୋ): ଏପ୍ରିଲ ୧୮ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ରେ ୨୭୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୭୬ ଲକ୍ଷ ୯୩ ହଜାର ୧୨୩ ଜଣ ଭୋଟର । ଏହି ପର୍ଯ୍ୟାୟରେ ୫ଟି ଲୋକସଭା ଆସନ ଓ ୩୫ଟି ବିଧାନସଭା ଆସନରେ ଭୋଟିଂ ହେବ । ଓଡ଼ଶିା ମୁଖ୍ୟ ନର୍ବିାଚନ ଅଧକିାରୀ (ସିଇଓ) ଏହି ସୂଚନା ଦେଇଛନ୍ତି । ସିଇଓଙ୍କ ସୂଚନା ମୁତାବକ, ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ଲୋକସଭା ଆସନ ଓ ସେଗୁଡ଼ିକ ଅନ୍ତର୍ଗତ ବିଧାନସଭାରେ ମତଦାନ ହେବ ।

ଏ ପର୍ଯ୍ୟାୟରେ ୭୬,୯୩,୧୨୩ ଜଣ ଭୋଟର ନିଜ ପସନ୍ଦର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇ ଜିତାଇବେ । ସେମାନଙ୍କ ମଧ୍ୟରେ ୩୯,୪୫,୦୨୫ ଜଣ ପୁରୁଷ ଭୋଟର ଓ ୩୭,୪୭,୪୯୩ ଜଣ ମହିଳା ଭୋଟର ଅଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ୬୦୫ ଜଣ ତୃତୀୟଲିଙ୍ଗୀ ଭୋଟର ମଧ୍ୟ ନିଜର ମତଦାନ କରିବେ । ଏଥିପାଇଁ ଏସବୁ ନିର୍ବାଚନ ମଣ୍ଡଳୀରେ ମୋଟ୍‌ ୯,୧୧୭ଟି ମତଦାନ ବୁଥ୍‌ ଖୋଲାଯାଇଛି । ଏପ୍ରିଲ ୨୮ ଭୋଟ୍‌ରେ ୩୫ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ । ଏହି ପ୍ରାର୍ଥୀଙ୍କ ମଧ୍ୟରେ ୩୦ ଜଣ ପୁରୁଷ ଓ ୫ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି ।

ସେହିଭଳି ପ୍ରାର୍ଥୀମାନଙ୍କ ମଧ୍ୟରୁ ୧୪ ଜଣ ଜାତୀୟ ଦଳର ପ୍ରାର୍ଥୀ ହୋଇଥିବା ବେଳେ ୫ ଜଣ ରାଜ୍ୟସ୍ତରୀୟ ଦଳ, ୯ ଜଣ ଅନ୍ୟାନ୍ୟ ଦଳ ଓ ୭ ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନରେ ଭାଗ ନେଇଛନ୍ତି । ସେହିଭଳି ୩୫ ବିଧାନସଭା ଆସନରେ ମୋଟ୍‌ ୨୪୪ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ବିଧାୟକ ପାଇଁ ଲଢ଼େଇ ହେବ । ସେମାନଙ୍କ ମଧ୍ୟରୁ ୨୧୯ ପୁରୁଷ ଓ ୨୫ ଜଣ ମହିଳା ପ୍ରାର୍ଥୀ । ୯୭ ଜଣ ପ୍ରାର୍ଥୀ ଜାତୀୟ ଦଳ, ୩୫ ଜଣ ରାଜ୍ୟସ୍ତରୀୟ ଦଳ, ୪୨ ଜଣ ଅନ୍ୟ ଦଳ ଓ ୭୦ ଜଣ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି ।

ସମ୍ବନ୍ଧିତ ଖବର