ବାଲିଆପାଳ, ୪।୧୦ : ରାସ୍ତାରେ ଗାଡିର ନମ୍ବର ପ୍ଲେଟ ହଜିଯାଇଥିବା ନେଇ ବାଲିଆପାଳ ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ ଜଣ ତେବେ ଚନ୍ଦକା ନିକଟରେ  ଖସିଥିବା ଜାଣିବା ପରେ ପୁଲିସ ଏତଲା ରଖି ନଥିଲା। ଏହାକୁ ନେଇ ଅଭିଯୋଗକାରୀ ଜଣକ ଥାନା ଅଧିକାରୀଙ୍କ ଉପରେ ହାତ ଉଠାଇଥିଲେ। ପୁଲିସ ଏହି ଘଟଣାରେ ୩ ଜଣଙ୍କୁ ଥାନାରେ ଅଟକ ରଖିଛି।

ଗାଡିର ଆଗ ନମ୍ବର ପ୍ଲେଟ ଚନ୍ଦକାରେ ଖସି ପଡ଼ିଥିବା ସୂଚନାକୁ ନେଇ ତିନି ଜଣ ବାଲିଆପାଳ ଥାନାରେ ଅଭିଯୋଗ ଦେବାକୁ ଆସିଥିଲେ। ମଧ୍ୟରୁ ଜଣେ  ଭାରତୀୟ ନୌବାହିନୀରେ କାର୍ଯ୍ୟରତ ଥିବା ବେଳେ ଅନ୍ୟ ଦୁଇଜଣ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଛନ୍ତି। ଉକ୍ତ ଘଟଣା ଚନ୍ଦକାରେ ଘଟି ଥିବାର ଜାଣି ପୋଲିସ ଏତଲା ଗ୍ରହଣ କରି ନ ଥିଲା। ଏହି ଘଟଣାକୁ ଭାରତୀୟ  ନୌବାହିନୀରେ କାର୍ଯ୍ୟରତ  କର୍ମଚାରୀ ଆଇଆଇସିଙ୍କ ଉପରକୁ  ହାତ ଉଠାଇଥିଲେ। ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ବାଲିଆପାଳ ଥାନାରେ ଅଭିଯୋଗ କରିବାକୁ ଆସିଥିବା ତିନି ଜଣଙ୍କୁ  ଅଟକ  ରଖାଯାଇଛି।