​​​​​​​ବ୍ରହ୍ମପୁର, ୨୧।୫ : ବ୍ରହ୍ମପୁର ଗିରି ରୋଡରେ ଉମେଶ ରଥକୁ ମାରଣାତ୍ମକ ଆକ୍ରମଣ ଘଟଣାରେ ପୁଲିସ ଆଉ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଆଶିଷ ସାହୁ ଓ ଦୀନେଶ କୁମାର ପଣ୍ଡାକୁ ଗିରଫ କରିଛି। ଏହାସହ ଦୁଇଟି ସ୍କୁଟି, ଦୁଇଟି ମୋଟର ସାଇକେଲ, ଗୋଟିଏ ମୋବାଇଲ ଫୋନ ଏବଂ ଗୋଟିଏ ବାଉଁଶ ବାଡ଼ି ଜବତ କରିଛି। ତେବେ ଏହି ଦୁଇ ଜଣ ଧରାପଡିବା ପରେ ଗିରଫଦାରୀ ସଂଖ୍ୟା ୪କୁ ବୃଦ୍ଧି ହୋଇଛି ।

ଏହା ପୂର୍ବରୁ ପୋଲିସ ବୁଧବାର ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।  ଶ୍ରୀରାମନଗର ଅଞ୍ଚଳର ଲିଙ୍ଗରାଜ ସାମଲ ଓ ବୈଦ୍ୟନାଥପୁର ଥାନା ଅଞ୍ଚଳର ରାଜ ମାଲହୋତ୍ରାକୁ ଗିରଫ କରିଥିଲା। ସେହିଭଳି ଅନ୍ୟତମ ଅଭିଯୁକ୍ତ ମୁକେଶ ସାହୁକୁ ବିଳମ୍ବିତ ରାତିରେ ଏନକାଉଣ୍ଟର କରିଥିଲା। ମୁକେଶ ଏବେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଛି।

ସୂଚନାଯୋଗ୍ୟ ଯେ,  ଗତ ୧୮ ତାରିଖ ରାତିରେ ଗିରି ରୋଡର ବିଚ୍ ରାସ୍ତାରେ  ଉମେଶ ରଥକୁ ମୁଖ୍ୟ ଅଭିଯକ୍ତ ମୁକେଶ ସମେତ ଏହି ଅଭିଯୁକ୍ତମାନେ ନିର୍ଧୁମ ମାଡ଼ ମାରିଥିଲେ।  ଠେଙ୍ଗାରେ ନିର୍ଧୂମ ମାଡ ମାରିଥିଲେ।ଏହି ସମୟରେ ଉପସ୍ଥିତ ଥିବା ତାଙ୍କ  ବାନ୍ଧବୀ ଉମେଶଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ଅଭିଯୁକ୍ତମାନେ କିଛି ନ ଶୁଣି ମାଡ ମାରି ଚାଲିଥିଲେ। ତେବେ ପୂର୍ବ ଶତ୍ରୁତାକୁ ନେଇ ଏହି କାଣ୍ଡ ଘଟିଥିଲା।  ଶହ ଶହ ଲୋକଙ୍କ ଉପସ୍ଥିତିରେ ଉମେଶଙ୍କୁ ମାଡ଼ ବେଳର ଭିଡିଓ ଭାଇରାଲ ହୋଇଥିଲା।  ଅଭିଯୁକ୍ତଙ୍କ ମାଡରେ ଉମେଶ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଆହୁରି ପଢନ୍ତୁ : କାଳବୈଶାଖୀ ତାଣ୍ଡବ : ଟେଣ୍ଟ ସାମଗ୍ରୀ ତଳେ ଚାପି ହୋଇ ୩ ମୃତ, ଜଣେ ଗୁରୁତର