ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଅନ୍ଧ ବିଶ୍ଵାସର କୁପରିଣତି : ଗୁଣି ଗାରେଡ଼ି ସନ୍ଦେହରେ ଗଡ଼ିଲା ତିନି ମୁଣ୍ଡ, ୧୨ ଅଟକ

Published By : Harapriya Sethi | March 19, 2025 10:10 AM

ଭୁବନେଶ୍ୱର, ୧୯/୦୩: ଗୁଣି ଗାରେଡ଼ି ସନ୍ଦେହରେ ଗଡ଼ିଲା ତିନି ମୁଣ୍ଡ । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ବଡ଼ଗଡ଼ ଥାନା ଖାଲିପଲ୍ଲୀ ଗାଁରେ ଗୁଣି ଗାରେଡ଼ି ସନ୍ଦେହରେ ଗ୍ରାମବାସୀଙ୍କ ଆକ୍ରମଣରେ ବାପା-ପୁଅଙ୍କ ମୃତ୍ୟୁ ହୋଇଛି । ବାପା-ପୁଅଙ୍କ ପାଲଟା ଆକ୍ରମଣରେ ଜଣେ ଗ୍ରାମବାସୀଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଗ୍ରାମବାସୀ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତିନି ଜଣଙ୍କୁ ଧରାକୋଟ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଘଟଣାକୁ ଦୃଷ୍ଟିରେ ରଖି ଗାଁରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପୋଲିସ ୧୨ ଜଣଙ୍କ ଅଟକ ରଖି ଜେରା କରୁଛି । 

ଚାଲାଣ ପାଇଁ ଯୋଜନା ବେଳେ ମାଡି ବସିଲା ପୋଲିସ, ୨କ୍ୱିଣ୍ଟାଲ ୬୨କେଜି ଗଞ୍ଜେଇ ଜବତ

ସୂଚନା ମୁତାବକ, କିଛି ଦିନ ପୂର୍ବରୁ ଖାଲିପଲ୍ଲୀ ଗାଁଲୋକେ ଗୁଣିଗାରେଡ଼ି ସନ୍ଦେଗରେ ଗାଁର ଚାରି ପରିବାରକୁ ବାସନ୍ଦ କରିବା ସହ ସେମାନଙ୍କୁ ମାଡ଼ ମାରିଥିଲେ । ଘଟଣାକୁ ନେଇ ଥାନାରେ ଏତଲା ମଧ୍ୟ ହୋଇଥିବା । ହେଲେ ଦୁଇ ପରିବାର ଭୟରେ ଗାଁ ଛାଡ଼ି ବାହାରକୁ ଚାଲିଯାଇଥିଲେ । ଘଟଣାର ଛଅ ମାସ ପରେ ପୋଲିସ ସହାୟତାରେ ଗ୍ରାମବାସୀଙ୍କୁ ବୁଝାସୁଝା ପରେ ଗାଁକୁ ଫେରିଥିଲେ ଦୁଇ ପରିବାର । ସେବେଠାରୁ ଗ୍ରାମବାସୀ ଓ ସେହି ପରିବାର ମଧ୍ୟ ତିକ୍ତତା ଲାଗିରହିଥିଲା । ଯାହାର ପରିଣାମ ମଙ୍ଗଳବାର ରାତିରେ ଦେଖିବାକୁ ମିଳିଛି । ରବିବାର ଅର୍ଥାତ ମାର୍ଚ୍ଚ ୧୬ ତାରିଖ ସଂଧ୍ୟାରେ ଖଦାଳ ବେହେରା ଗାଁରେ ଗାଳିଗୁଲଜ କରିବାକୁ ନେଇ ବଚସା ହୋଇଥିଲା । ତେବେ ବଚସା ସମୟରେ ପୁଅ ରତ୍ନାକର ବେହେରା ଅଚାନକ ଖଣ୍ଡାରେ ଗ୍ରାମବାସୀଙ୍କୁ ଆକ୍ରମଣ କରିଥିଲେ । ଯେଉଁଥିରେ ଚାରି ଜଣ ଗ୍ରାମବାସୀ ଗୁରୁତର ହୋଇଥିଲେ । ଚାରି ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିତାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଅପରପକ୍ଷେ ଗ୍ରାମବାସୀଙ୍କ ଆକ୍ରମଣରେ ଘଟଣାସ୍ଥଳରେ ବାପା-ପୁଅଙ୍କର ମୃତ୍ୟୁ ହୋଇଯାଇଛି । 

ତେବେ ହତ୍ୟାକାଣ୍ଡ ପରେ ଗାଁରେ ଉତ୍ତେଜନା ଦେଖାଦେଇଥିଲା । ଯାହାକୁ ଦୃଷ୍ଟିରେ ରଖି ଗାଁରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି । ସେହିପରି ପୋଲିସ ଘଟଣାର ତଦନ୍ତ କରି ୧୨ ଜଣଙ୍କ ଅଟକ ରଖି ଜେରା କରୁଥିବା ସୂଚନା ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.