PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ନାମଲେଖା ଆଜି ସରିବ

ଭୁବନେଶ୍ୱର,୨୫/୦୭: ରାଜ୍ୟରେ ଥିବା ବିଭିନ୍ନ ଡିଗ୍ରୀ ଓ ସ୍ୱୟଂଶାସିତ କଲେଜଗୁଡ଼ିକର ଯୁକ୍ତ ତିନି ପ୍ରଥମ ବର୍ଷରେ ନାମଲେଖିବା ପାଇଁ ଚାଲିଥିବା ପ୍ରଥମ ପର୍ଯ୍ୟାୟ ନାମଲେଖାକୁ ଅଧିକ ଗୋଟିଏ ଦିନ ଘୁଞ୍ଚାଇ ଦିଆଯାଇଛି । ପୂର୍ବରୁ ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ନାମଲେଖା ୨୪ ତାରିଖ ଅପରାହ୍‌ଣ ୫ଟାରେ ସରିବ ବୋଲି ବିଭାଗ ବିଜ୍ଞପ୍ତି ବାହାର କରିଥିଲା । ଯାହା ପରେ ବଦଳିଥିଲା । ୨୫ ତାରିଖ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ନାମଲେଖିବା ସହିତ ଫି’ ଅନ୍‌ଲାଇନ୍‌ରେ ଡିପୋଜିଟ୍‌ କରିହେବ ବୋଲି ଆଜି ରାଜ୍ୟର ସମସ୍ତ ଡିଗ୍ରୀ ଓ ସ୍ୱୟଂଶାସିତ କଲେଜଗୁଡ଼ିକର ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ପରଫରମାନ୍ସ ଟ୍ରାକିଂ ସେଲ୍‌ର ଭାରପ୍ରାପ୍ତ ଅଧିକାରୀ ଡ. ମିହିର କୁମାର ଦାସ ଚିଠି ଲେଖି ଜଣାଇଛନ୍ତି । ଅପରପକ୍ଷେ ଦ୍ୱିତୀୟ ଚୟନ ପାଇଁ ସ୍ଲାଇଡ୍‌ ଅପ୍‌ ହୋଇ ମନୋନୀତ ଛାତ୍ରଛାତ୍ରୀଙ୍କର ମେଧା ତାଲିକା ଜୁଲାଇ ୨୯ ତାରିଖ ଦିନ ୧୧ଟାରେ ବାହାରିବ । ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଖାଲିଥିବା ସିଟ୍‌ଗୁଡ଼ିକ ପୂରଣ ପାଇଁ ଦ୍ୱିତୀୟ ମେଧା ତାଲିକା ଅଗଷ୍ଟ ୫ରେ ବାହାରିବ । ଯାହାର ନାମଲେଖା ଅଗଷ୍ଟ ୫ରୁ ଆରମ୍ଭ ହୋଇ ୮ ତାରିଖ ସନ୍ଧ୍ୟା ୫ଟାରେ ସରିବ । ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସରିବା ପରେ ବଳକା ସିଟଗୁଡ଼ିକରେ ସ୍ପଟ୍‌ ଆଡମିଶନ୍‌ ପାଇଁ ମେଧା ତାଲିକା ଅଗଷ୍ଟ ୧୪ ତାରିଖ ଦିନ ୧୧ଟାରେ ବାହାରିବ । ଏଥିପାଇଁ ଛାତ୍ରଛାତ୍ରୀମାନେ ସମ୍ପୃକ୍ତ କଲେଜରେ ଅଗଷ୍ଟ ୧୬ ତାରିଖ ଦିନ ୧୧ଟାରୁ ୧୭ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଆବେଦନ କରିପାରିବେ । ସେହିଦିନ ସ୍ପଟ୍‌ ଆଡମିଶନ୍‌ ପାଇଁ ଚୂଡ଼ାନ୍ତ ତାଲିକା ସନ୍ଧ୍ୟା ୫ଟାରେ ବାହାରିବ । ଙ୍ଗଙ୍ଗଙ୍ଗ.ଗ୍ଦବଜ୍ଞଗ୍ଦକ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ ଓ ଙ୍ଗଙ୍ଗଙ୍ଗ.ୟଷରକ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭରେ ଏ ବାବଦରେ ବିସ୍ତୃତ ସୂଚନା ଦିଆଯାଇଛି । ଅଗଷ୍ଟ ୮ରୁ ପାଠପଢ଼ା ଆରମ୍ଭ ହେବ । ନାମଲେଖା ସମ୍ପର୍କିତ ଅସୁବିଧା ପାଇଁ ଛାତ୍ରଛାତ୍ରୀମାନେ ନିକଟରେ ଥିବା ସାମ୍‌ସ ରିସୋର୍ସ ସେଣ୍ଟର୍‌ ଗୁଡିକରେ ଯୋଗାଯୋଗ କରିପାରିବେ । ନଚେତ୍‌ ସଂଯୋଗ ହେଲ୍‌ପଲାଇନ୍‌ ଟୋଲ୍‌ ଫ୍ରି ନମ୍ବର (୧୫୫୩୩୫ କିମ୍ବା ୧୮୦୦-୩୪୫-୬୭୭୦)ରେ କଲ୍‌ କରିପାରିବେ ।