PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଜୁଆ ଆଡ୍ଡାରେ ଚଢାଉ : ଟଙ୍କା, ବାଇକ ଜବତ, ୩ ଗିରଫ

ତିଗିରିଆ,୨୪।୩   ତିଗିରିଆ ପୁଲିସ ପକ୍ଷରୁ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇ ୩ ଜଣଙ୍କୁ ଗିରଫ କରାଯାଇଛି ।  ସେମାନଙ୍କ ଠାରୁ ନଗଦ ୧୯,୩୨୦ ଟଙ୍କା, ୨ଟି ମୋବାଇଲ ଓ ୧୧ ଟି ବାଇକ ଓ ୯ ପ୍ୟାକେଟ ତାସ, ଛୋଟ ଖାତା, କାର୍ବନ ପେପର, ମନିପର୍ସ , ଗୋଟିଏ ଜରି ପାଲ ପୋଲିସ ଜବତ କରିଛି।

ସୂଚନା ଅନୁଯାୟୀ ତିଗିରିଆ ଥାନା ଅନ୍ତର୍ଗତ ଅଚଳକୋଟ ପଞ୍ଚାୟତ ହରିଡ଼ାପଶି ଜଙ୍ଗଲରେ ଜୁଆ ଖେଳ ଚାଲିଥିବା ନେଇ ତିଗିରିଆ ପୁଲିସ ସୂଚନା ପାଇଥିଲା। ଜୁଆ ଖେଳ ଚାଲିଥିବା ସମୟରେ ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ବିଶି ଙ୍କ ନେତୃତ୍ବରେ ତିଗିରିଆ ପୁଲିସ ଅଚାନକ ଚଢାଉ କରିଥିଲା। ଚଢାଉ ସମୟରେ ଜୁଆ ଖେଳୁଥିବା ଜେମାଦେଇପୁର ପଞ୍ଚାୟତ ର ଗୋଡ଼ିସାହିର ଦୁଃଖ ବନ୍ଧୁ ଜେନା (୩୬), ଅଚଳକୋଟ ଗ୍ରାମର ସମୀର ଧଳ (୭୦),ଅଚଳ କୋଟ ଗ୍ରାମର ସନ୍ତୋଷ ରାଉତ (୪୦)ଙ୍କୁ ଗିରଫ କରି ଥିବା ବେଳେ ଘଟଣା ସ୍ଥଳରୁ ଜୁଆ ଖେଳୁ ଥିବା ପ୍ରାୟ ୧୫ ଜଣ ଜୁଆଡି ଫେରାର ହୋଇଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି   । ରବିବାର ଗିରଫ ଜୁଆଡିଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ତିଗିରିଆ ଥାନାଧିକାରୀ ସୁଚିତ୍ରା ଜେନା ସୂଚନା ଦେଇଛନ୍ତି l

ସମ୍ବନ୍ଧିତ ଖବର