ପ୍ରମୁଖ ଖବର
  • କେନ୍ଦୁଝର : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
  • ||
  • କଟକ : କାଠଯୋଡି ନଦୀରୁ ଅଚିହ୍ନା ଶବ ଉଦ୍ଧାର
  • ||
  • ଭୁବନେଶ୍ୱର: ବୁଧବାର ଜମୁଛି ବେପାର, ଆମିଷ ଦର ତାଲିକା ମାରିବା ବାଧ୍ୟତାମୂଳକ
  • ||
  • ଭୁବନେଶ୍ୱର: ଟିଟିଏସ୍‌ରୁ ଅଳିଆ ହଟାଇବାକୁ ବିଏମ୍‌ସିର ଜୋରଦାର୍‌ ପ୍ରୟାସ, ୧୫ ଦିନରେ ୧୮ ହଜାର ଟନ୍‌ ପ୍ରୋସେସିଂ
  • ||
  • ଉତ୍ତରକାଶୀ: ଏମିତି କଟିଲା ୧୭ ଦିନ; ଭିଡିଓ ଗେମ୍‌, ଚେସ୍‌ର ବି ମଜାନେଲେ ଯୋଗ, ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଲେ
  • ||
  • ଭୁବନେଶ୍ଵର : ୩୦ରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ, ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର
  • ||
  • ଭୁବନେଶ୍ଵର : ବାତ୍ୟା ପାଇଁ ସଜାଗ ୭ ଜିଲ୍ଲା, ଚାଷୀଙ୍କୁ ଅଦିନିଆ ବର୍ଷା ଚିନ୍ତା
  • ||

ପାରସ୍ପରିକ ବିବାଦ ପାଇଁ ଘରେ ପଶି ୩ ଭାଇଙ୍କୁ ଗୁଳିମାରି ହତ୍ୟା କଲେ ଦୁର୍ବୃତ୍ତ, ଗୁରୁତର ୩ ମହିଳା ହସ୍ପିଟାଲରେ ଭର୍ତ୍ତି...

ନୂଆଦିଲ୍ଲୀ: ରାଜସ୍ଥାନରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଭରତପୁର ଜିଲ୍ଲାର କୁମହେର ପୋଲିସ ଷ୍ଟେସନ ଅଞ୍ଚଳର ସିକ୍ରୋରା ଗ୍ରାମରେ ଏକ ମାମୁଲି ଯୁକ୍ତିତର୍କକୁ ନେଇ ଏକ ବଡ ଅଘଟଣ ଘଟିଛି । ବିବାଦ ଏତେ ମାତ୍ରାରେ ବଢିଯାଇଥିଲା ଯେ, ଜଣେ ଯୁବକ ତିନି ଭାଇଙ୍କ ଉପରକୁ ଗୁଳି ଚଳାଇ ଘଟଣାସ୍ଥଳରେ ହତ୍ୟା କରିଥିଲେ । ଖବର ଅନୁଯାୟୀ କୌଣସି ଏକ ପ୍ରସଙ୍ଗକୁ ନେଇ ଉଭୟ ପକ୍ଷ ମଧ୍ୟରେ ବିବାଦ ଲାଗି ରହିଥିଲା, ଯାହା ପରେ ଯୁକ୍ତିତର୍କ ହୋଇଥିଲା । କୁହାଯାଉଛି ଯେ ଜଣେ ଯୁବକ ନିଜ ସାଥି ମାନଙ୍କ ସହ ଅନ୍ୟ ପକ୍ଷର ଯୁବକମାନଙ୍କ ଉପରେ ଶୋଇଥିବା ସମୟରେ ଗୁଳି ଚଳାଇଥିଲେ ।

ଏନେଇ ଭରତପୁର ଏଏସପି ଅନିଲ ମୀନା କହିଛନ୍ତି, 'ଭରତପୁର ଜିଲ୍ଲାର କୁମହେରର ସାକରାଉରା ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ହୋଇଥିଲା । ସମୁନ୍ଦର ଏବଂ ଲଖନ ଗୋଷ୍ଠୀ ମଧ୍ୟରେ ଝଗଡା ହୋଇଥିଲା । ଗୁଳିମାଡରେ ସମୁନ୍ଦର, ଇଶ୍ୱର ଏବଂ ଗଜେନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଏମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ଏମାନଙ୍କୁ ଚିକିତ୍ସା ପାଇଁ ଜୟପୁରକୁ ପଠାଯାଇଛି । ଆହତଙ୍କ ମଧ୍ୟରେ ମହିଳା ଥିବା କୁହାଯାଉଛି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ଅଭିଯୁକ୍ତଙ୍କ ସନ୍ଧାନ ଜାରି ରହିଛି ।

ରବିବାର ବିଳମ୍ବିତ ରାତ୍ରି ପ୍ରାୟ ୧.୩୦ ସମୟରେ ପୋଲିସ ଏ ସମ୍ପର୍କରେ ସୂଚନା ପାଇଥିଲା । ଭରତପୁର ପୋଲିସ କଣ୍ଟ୍ରୋଲ ରୁମ କହିଛି ଯେ ପାରସ୍ପରିକ ବିବାଦ ହେତୁ ଆକ୍ରମଣକାରୀ ମାନେ ରାତିରେ ଘରେ ଶୋଇଥିବା ପରିବାର ସଦସ୍ୟଙ୍କ ଉପରକୁ ଗୁଳି ଚଳାଇଥିଲେ । ଏଏସପି ମୀନାଙ୍କ ଅନୁଯାୟୀ ଏହି ଗୁଳି ବିନିମୟରେ ପରିବାରର ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଛନ୍ତି । ମୃତଦେହକୁ ଡାକ୍ତରଖାନାର ଶବ ବ୍ୟବଚ୍ଛେଦ ପାଇଁ ରଖାଯାଇଛି ଏବଂ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି ବୋଲି ସେ କହିଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.