PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଆଜିଠୁ କ୍ୟାମ୍ପେନ୍‌ ମୋଡରେ ହେବ ଟିକାକରଣ, ଦିନକୁ ୩ ଲକ୍ଷ ଲୋକଙ୍କୁ ଦିଆଯିବ ଟିକା

ଭୁବନେଶ୍ବର: ଦୈନିକ ୩ ଲକ୍ଷ ଲୋକଙ୍କୁ ଦିଆଯିବ ଟିକା । ସମୁଦାୟ ୩ କୋଟି ୯ ଲକ୍ଷ ୮୫ ହଜାର ୫୩୮ ଜଣଙ୍କୁ ଟିକାକରଣ କରିବାକୁ ଟାର୍ଗେଟ କରିଛି ସ୍ୱାସ୍ଥ୍ୟ ବିଭାଗ । ୪୫ ବର୍ଷରୁ ଅଧିକ ବୟସର ୧ କୋଟି ୧୬ ଲକ୍ଷ ୩ ହଜାର ୮୪୫ ଓ ୧୮ ବର୍ଷରୁ ଅଧିକ ବୟସର ୧ କୋଟି ୯୩ ଲକ୍ଷ ୮୧ ହଜାର ୬୯୩ ଜଣଙ୍କୁ ଟିକାକରଣ କରାଯିବ ।

କେଉଁ ଜିଲ୍ଲା କେତେ ଲୋକଙ୍କୁ ଟିକା ଦେବେ, ସେ ନେଇ ପୂରା ଯୋଜନା ତିଆରି କରି ଦେଇଛି ବିଭାଗ । ସମସ୍ତ ବ୍ଲକ୍‌ରେ ଅତିକମ୍‌ରେ ୫ଟି ସେସନ୍‌ ସାଇଟ୍‌, ଏନଏସିରେ ୫ଟି, ପୌରାଞ୍ଚଳରେ ୧୦ ଓ ମହାନଗର ନିଗମରେ ୨୦ଟି ସେଣ୍ଟର କରିବାକୁ ନିର୍ଦ୍ଦେଶ ଦେଇଛି ବିଭାଗ । ଏଥିପାଇଁ ପ୍ରସ୍ତୁତି ଆଉ ଯୋଜନା କରିବାକୁ ସମସ୍ତ ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

ରାଜ୍ୟରେ ୧୬ ଜାନୁଆରୀରୁ ଟିକାକରଣ ଅଭିଯାନ ଚାଲୁ ରହିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୭ ଲକ୍ଷ ୭୩ ହଜାର ଟିକା ଦିଆ ସରିଲାଣି । ପାଖାପାଖି ୧୭ ଲକ୍ଷ ୯୭ ହଜାର ଦୁଇଟି ଡୋଜ୍‌ ନେଇ ସାରିଲେଣି ମଧ୍ୟ । ଏବେ ଦୈନିକ ଦେଢ ଲକ୍ଷରୁ କମ୍‌ ଲୋକଙ୍କୁ ଟିକା ଦିଆଯାଉଛି । ଏବେ ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ରାଜ୍ୟ ସରକାର ଟିକା କିଣୁଥିବା ବେଳେ ଆସନ୍ତା କାଲି ଅର୍ଥାତ ଜୁନ୍‌ ୨୧ରୁ କେନ୍ଦ୍ର ସରକାର ସମସ୍ତଙ୍କ ପାଇଁ ଟିକା ଯୋଗାଇବ ।

ତେବେ ଟିକାର ବ୍ୟବହାର ଓ ନଷ୍ଟକୁ ଅଧାର କରି ରାଜ୍ୟକୁ କେନ୍ଦ୍ର ଟିକା ଯୋଗାଇବ । ତେଣୁ ରାଜ୍ୟରେ ଟିକାକରଣକୁ ଅଧିକ ବ୍ୟପକ କରିବାକୁ ହେବ । ୧୮ ବର୍ଷରୁ ଅଧିକ ଓ ୪୫ ବର୍ଷରୁ ଅଧିକ ବୟସ୍କ ସମସ୍ତଙ୍କ ପାଇଁ ଅଧିକ ଟିକାଦାନ କରିବାକୁ ହେବ । ଅନ୍‌ଲାଇନ୍‌ ଓ ଅନ୍‌ସାଇଟ୍‌ ଉଭୟରେ ଲୋକେ ପଞ୍ଜିକରଣ କରି ଟିକା ନେଇ ପାରିବେ । ସେହିଭଳି ଦ୍ୱିତୀୟ ଡୋଜ୍‌ ପାଇଁ ସମୟ ହୋଇଯାଇଥିଲେ, ଠିକ୍‌ ସମୟରେ ଲୋକଙ୍କୁ ଟିକା ନେବାକୁ ଉତ୍ସାହିତ କରିବାକୁ ହେବ । ପୌରାଞ୍ଚଳ, ଏନ୍‌ଏସି, ବ୍ଲକ୍‌ ମୁଖ୍ୟାଳୟ କେଉଁଠି କେଉଁଠି କେନ୍ଦ୍ର କରାଯିବ, ସେ ନେଇ ଯୋଜନା ପ୍ରସ୍ତୁତ କରିବା ସହ ଟିକାର ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାକୁ ହେବ ।

ସମ୍ବନ୍ଧିତ ଖବର