PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପିକ୍ଅପ୍ ଭ୍ୟାନ-ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ

ନବରଙ୍ଗପୁର, ୨୦।୩ ନବରଙ୍ଗପୁର ଠାରୁ ଉମରକୋଟକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବକଡାବେଡା ନିକଟରେ ପିକଅପ ଭ୍ୟାନ  ଓ ବାଇକ ମୁହାଁମୁହିଁ ଧକ୍କା ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଛି।

୨ ଜଣ ପୁରୁଷ ଓ ଜଣେ ମହିଳା ଦେଢବର୍ଷର ଶିଶୁକୁ ଧରି ଗୋଟିଏ ବାଇକରେ ଧୋଡ୍ରା ମଣ୍ଡେଇ ଦେଖି ଆସୁ ଥିଲେ । ଉମରକୋଟ ଥାନା ବକଡାବେଡା ନିକଟରେ ପିକଅପ ଭ୍ୟାନ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ତେବେ ଶିଶୁଟି  ଆହତ ହୋଇଥିଲା। ଶିଶୁକୁ ଉଦ୍ଧାର କରାଯାଇ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।  ମୃତକଙ୍କ ପରିଚୟ ମିଳିପାରି ନାହିଁ।